Tue. Oct 15th, 2019

ଅଶ୍ଳିଳ ଭିଡିଓ ଦେଖାଇ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ନିଲମ୍ବିତ

ଭୁବନେଶ୍ଵର : ଗୁରୁ ନାମର କଳଙ୍କ ଲଗାଇଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କଣ୍ଟାପଡା ୟୁଜିଏମ୍‌ଇ ସ୍କୁଲର ପ୍ରଧାନ ଶିକ୍ଷକ ଅର୍ଜୁନ ସେଠୀ। ତାଙ୍କ ବିରେ।ଧରେ ଅଭିଯେ।ଗ ଆସିଛି ସଙ୍ଗିନ ଅଭିଯୋଗ। ଛାତ୍ରୀମାନଙ୍କୁ ଅଶ୍ଳିଳ ଭିଡିଓ ଦେଖାଇ ଅସଦାଚରଣ ଅଭିଯୋଗରେ ଏହି ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।


ଖବର ଅନୁଯାୟୀ ଶିକ୍ଷକ ଜଣକ ଛାତ୍ରୀମାନଙ୍କୁ ବାରମ୍ବାର ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଅଶ୍ଳିଳ ଟିକଟକ ଭିଡିଓ ଦେଖାଉଥିଲେ। ଘଟଣା ସମ୍ପର୍କରେ ସେମାନେ ଘରେ ଜଣାଇବା ପରେ ଅଭିଭାବକମାନେ ଖଇରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ବିଇଓଙ୍କ ତରଫରୁ ଏକ ୩ ଜଣିଆ ଅନୁଧ୍ୟାନ କମିଟି ବିଦ୍ୟାଳୟକୁ ଆସି ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।

Leave a Reply

Your email address will not be published. Required fields are marked *