ପଠାନକୋଟ୍ : ବାୟୁସେନା ମହିଳା ଅଫିସରଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ : ପଞ୍ଜାବର ଭାରତ-ପାକ୍ ସୀମା ନିକଟ ପଠାନକୋଟ ଭାରତୀୟ ବାୟୁସେନା ଘାଟି ପରିସରରେ ଜଣେ ମହିଳା ସ୍କ୍ୱାଡ୍ରନ୍ ଲିଡରଙ୍କୁ ଆକ୍ରମଣ। ମେସରେ କାର୍ଯ୍ୟରତ ଜଣେ କର୍ମଚାରୀ ଏହି ଘଟଣା ଘଟାଇଥିବା ବେଳେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ମହିଳା ସ୍କ୍ୱାଡ୍ରନ୍ ଲିଡର ଅର୍ଶିତା ଜୟସ୍ୱାଲଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଆହତ ଅଧିକାରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚଣ୍ଡିଗଡ଼ ସ୍ଥାନାନ୍ତର କରାଯାଇଛି। ବାୟୁସେନାର ଅଧିକାରୀମାନେ ପଠାନକୋଟ ପୋଲିସକୁ ଘଟଣା ବିଷୟରେ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ସିସିଟିଭି ଫୁଟେଜରୁ ଜଣାପଡିଛି ମେସର ସେବାଦାର୍ ଏହି ଘଟଣା ଘଟାଇଛି। ଅଭିଯୁକ୍ତ ଗିରଫ ହୋଇଥିଲେ ହେଁ ଘଟଣା ପଛର ପ୍ରକୃତ କାରଣ ସମ୍ପର୍କରେ ପଞ୍ଜାବ ପୋଲିସ କୋଣସି ସୂଚନା ଦେଇନାହିଁ।

Leave a Reply

Your email address will not be published. Required fields are marked *

Back to top button