Tue. Oct 15th, 2019

ବୁର୍ଲା ମେଡିକାଲ୍‌ରେ ନିଆଁ

ଭୁବନେଶ୍ଵର : ବୁର୍ଲା ମେଡିକାଲ୍‌ରେ ଆଜି ନିଆଁ ଲାଗିଯାଇଛି। ହସ୍ପିଟାଲର ଡାଇଲେସିସ୍ ରୁମ୍‌କୁ ଲାଗିଥିବା ବ୍ୟାଟେରୀ ରୁମ୍‌ରେ ପ୍ରଥମେ ନିଆଁ ଲାଗିଥିଲା। ବ୍ୟାଟେରୀ ଜଳିଯିବା ସହ ସେହି ରୁମ୍‌ରେ ଥିବା ଫ୍ୟାନ୍‌ ଓ ବୈଦୁତିକ ଉପକରଣ ମଧ୍ୟ ପୋଡ଼ିଯାଇଛି। ଧୂଆଁ ଡାଇଲେସିସି ରୁମ୍‌କୁ ବ୍ୟାପିଥିଲେ ମଧ୍ୟ ସେଠାରେ କେହି ରୋଗୀ ଉପସ୍ଥିତ ନଥିଲେ। ତେବେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *