୭୦ ବର୍ଷରେ ପାକିସ୍ତାନରେ ୪୦୯ଟି ମନ୍ଦିର ଧ୍ଵଂସ

ନୂଆଦିଲ୍ଲୀ : ପାକିସ୍ତାନରେ ହିନ୍ଦୁମାନେ ସୁରକ୍ଷିତ ନୁହନ୍ତି। ସେମାନଙ୍କ ଉପରେ ଅନେକ ସମୟରେ ଅନ୍ୟାୟ ହେଉଛି। କିନ୍ତୁ ଗୁରୁତ୍ଵ ଦିଆଯାଉନି। ଫଳରେ ସେଠାରେ ବସବାସ କରୁଥିବା ୨୨ ଲକ୍ଷ ହିନ୍ଦୁ ନିଜର ଅସ୍ତିତ୍ଵ ପାଇଁ ଲଢୁଛନ୍ତି। ପାକ୍ ସରକାର ସବୁ ଜାଣି ଏକପ୍ରକାର ଚୁପ ରହୁଛନ୍ତି। ଏହାର ଏକ ଉଦାହରଣ ୭୦ ବର୍ଷରେ ପାକିସ୍ତାନରେ ଧ୍ଵଂସ ହୋଇଛି ୪୦୯ଟି ମନ୍ଦିର।

ଖବର ଅନୁଯାୟୀ କରାଚିରେ ନିର୍ମିତ ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ଦୁଇଦିନ ତଳେ ଭାଙ୍ଗି ଦିଆଯାଇଛି। ରାତିରେ ସମସ୍ତେ ଶୋଇଥିବା ବେଳେ ପାକ୍ ସରକାରଙ୍କ ନିର୍ଦ୍ଦେଶରେ ପ୍ରଶାସନ ମାତା ରାଣୀଙ୍କ ମନ୍ଦିରକୁ ଭାଙ୍ଗି ଦେଇଥିଲା। ପାଖାପାଖି ୫୦୦ ବର୍ଗଫୁଟରେ ନିର୍ମିତ ଏହି ମନ୍ଦିର ବହୁତ ପ୍ରାଚୀନ। କୁହାଯାଏ ମନ୍ଦିର ତଳେ ବହୁ ଧନ ଗଚ୍ଛିତ ରହିଛି। ଲୋକେ କହୁଛନ୍ତି ଏହି ଜମି ବିଲଡରଙ୍କୁ ଜାଣିଶୁଣି ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ସେହିପରି ସିନ୍ଧ ପ୍ରଦେଶରେ ଏକ ହିନ୍ଦୁ ମନ୍ଦିର ଉପରେ ଅପରାଧୀମାନେ ରକେଟ ଲଞ୍ଚର ମାଡ଼ କରି ତାକୁ ଧ୍ବଂସ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button