ଝାନ୍ସୀଙ୍କ ଅଭିଯୋଗର ୪୮ଘଣ୍ଟା ଭିତରେ ଆରମ୍ଭହେଲା ରାସ୍ତା ମରାମତି

ଘସିପୁରା : ଜନ ଶୁଣାଣିରେ ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ପ୍ରଶାସନ ରାସ୍ତା ମରାମତି କାମ ଆରମ୍ଭ କରିଛି। ଫଳରେ ରାସ୍ତା ସମସ୍ୟାର ହୋଇଛି ସମାଧାନ।

ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପରିସରରେ ଗତ ୧୦ ତାରିଖରେ ଥିଲା ଅଭିଯୋଗ ଶୁଣାଣି। ବିଡ଼ିଓ ବିନିତା ବିଜୟନିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଶୁଣାଣିରେ ଜିଲ୍ଲାପାଳ ଆଶିଷ ଠାକେର୍ ଓ ଆନନ୍ଦପୁର ଉପ ଜିଲ୍ଲାପାଳ ଅନିଲ କୁମାର ସେଠି ପ୍ରମୁଖ ଯୋଗଦେଇଥିଲେ। ମୋଟ ୩୫୦ଟି ଅଭିଯୋଗର ଶୁଣାଣି ହୋଇଥିଲା। ସମାଜସେବୀ ଝାନ୍ସୀରାଣୀ ଦାସ୍ ୪ଟି ସମସ୍ୟା ଯଥା ମରେଇଗାଁରୁ ବଳିପୁର (ବାରିକ୍ ମିସ୍ତ୍ରୀ ବନ୍ଧ) ରାସ୍ତାର ମରାମତି, ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଆହାର କେନ୍ଦ୍ର, ଡିଏମ୍ ଏଫ୍ ଫଣ୍ଡରେ ଶହେ ଶଯ୍ୟା ବିଶିଷ୍ଟ ବୃଦ୍ଧାଶ୍ରମ ଓ କେ ବାଲିପାଳରେ ସରମଣ୍ଡି, ମଲ୍ଲିପଶି, ଭଂରା, ମୟୂରନଚା ଆଦି ଜନଜାତି ଗ୍ରାମକୁ ରାଜସ୍ୱ ଗ୍ରାମରେ ଅନ୍ତର୍ଭୁକ୍ତ କରିବା। ଖୁବ୍ ଶୀଘ୍ର ଏହାର ସମାଧାନ ପାଇଁ ଜିଲ୍ଲାପାଳ ଆଶିଷ ଠାକେର୍ ପ୍ରତିଶୃତି ଦେଇଥିଲେ।

ଜିଲ୍ଲାପାଳଙ୍କ ପ୍ରତିଶୃତି ୪୮ ଘଣ୍ଟା ମଧ୍ୟରେ ମରେଇଗାଁ ଠାରୁ ବଳିପୁର ଯାଏଁ ଯାଇଥିବା (ବାରିକ୍ ମିସ୍ତ୍ରୀ ବନ୍ଧ) ରାସ୍ତାର କାମ ଆରମ୍ଭ ହୋଇଛି। ସେଥିପାଇଁ ସମାଜସେବୀ ଝାନ୍ସୀରାଣୀ ଦାସ୍ ପ୍ରଶାସନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button