ଭାଇରାଲ ଅଶ୍ଳୀଳ ଭିଡିଓ ମୋର ନୁହେଁ : ବିଜେପି ନେତା ସୋମେୟା

ନୂଆଦିଲ୍ଲୀ : ମହାରାଷ୍ଟ୍ରର ବିଜେପି ନେତା କିରିଟ ସୋମେୟାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ପରେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ବିରୋଧୀଦଳ ତାଙ୍କୁ ସମାଲୋଚନା କରିଛନ୍ତି।

କଂଗ୍ରେସ ନେତାମାନେ କହିଛନ୍ତି କିରିଟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଭାଇରାଲ ଭିଡିଓକୁ ଯାଞ୍ଚ କରାଯାଇ ସତ ସାମ୍ନାକୁ ଆଣିବା ଦରକାର। ହେଲେ କିରିଟ ସୋମେୟା କହିଛନ୍ତି ଏହାପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି। ତେଣୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ଣ୍ଣାବିସଙ୍କୁ ଚିଠି ଲେଖି ଭିଡିଓର ଯାଞ୍ଚ ଦାବି କରିଛି। ମୁଁ ଆପଣମାନଙ୍କୁ ଜଣାଇ ଦେବାକୁ ଚାହେଁ ମୁଁ କେବେ ବି କୌଣସି ମହିଳାଙ୍କ ସହିତ ଖରାପ ବ୍ୟବହାର କରିନାହିଁ।

Leave a Reply

Your email address will not be published. Required fields are marked *

Back to top button