ସ୍ପେଶାଲ ସ୍କ୍ୱାଡ୍ ହାତରେ ଧରାପଡ଼ିଲେ ୧୧ ଆନ୍ତରାଜ୍ୟ ଲୁଟେରା

ଭୁବନେଶ୍ଵର : ରାତିରେ ଘରେ ପଶି ଲୁଟ କରୁଥିବା ୧୧ଜଣ ଆନ୍ତରାଜ୍ୟ ଲୁଟେରା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ହାତରେ ଧରା ପଡ଼ିଛନ୍ତି।

ଖବର ଅନୁଯାୟୀ ଏହି ଲୁଟେରାଗ୍ୟାଙ୍ଗ ଗୋଟିଏ ରାତିରେ ଦୁଇରୁ ୩ଟି ଘରେ ପଶି ଲୁଟ କରୁଥିଲେ। ଦିନରେ ରେକି କରି ରାତିରେ ଅଟୋ କିମ୍ବା ଟ୍ରେନରେ ବିଭିନ୍ନ ସ୍ଥାନକୁ ଯାଇ ଲୁଟ କରନ୍ତି। ପରିଚୟ, ପ୍ରମାଣ ଲୁଚାଇବା ପାଇଁ ଅନ୍ତବସ୍ତ୍ର ପିନ୍ଧି ଲୁଟ କରନ୍ତି। ଘରୁ ସବୁ ସାମଗ୍ରୀ ଲୁଟିବା ପରେ ଫେରାର ହୋଇଯାଆନ୍ତି। ଚୋରି ସାମଗ୍ରୀକୁ ଯାମସେଦପୁର ଓ ଦିଲ୍ଲୀରୁ ଆସି ଲୋକ କିଣି ନେଉଥିବା ଜଣାପଡିଛି।

କେବଳ ଓଡ଼ିଶାରେ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ଏହି ଗ୍ୟାଙ୍ଗ ସକ୍ରିୟ। ରାଜଧାନୀ ଭୁବନେଶ୍ୱରରେ ଦୀର୍ଘଦିନ ଧରି ସେମାନେ ଲୁଟପାଟ ଜାରି ରଖିଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଲୁଟେରାଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ପୋଲିସ ସେମାନଙ୍କ ନିକଟରୁ ଘର ଝରକା ଓ କବାଟ ଭାଙ୍ଗିବା ଉପକରଣ ସମେତ ସୁନାରୁପା ଅଳଙ୍କାର ଓ କିଛି ଟଙ୍କା ଜବତ କରିଛି।

Leave a Reply

Your email address will not be published. Required fields are marked *

Back to top button