ଭଦ୍ରକ-ଖଡ଼ଗପୁର ମେମୁ ଟ୍ରେନ୍‌ ଦୁର୍ଘଟଣାରୁ ବର୍ତ୍ତିଗଲା

ବାଲେଶ୍ଵର : ଦୁର୍ଘଟଣାରୁ ବର୍ତ୍ତିଗଲା ଭଦ୍ରକ-ଖଡ଼ଗପୁର ମେମୁ ଟ୍ରେନ୍‌। ପଦାରେ ପଡିଲା ରେଳ ବିଭାଗର ଦାୟିତ୍ୱ ହୀନତା। ଲୋକପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୪୦୦ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି।

ଖବର ଅନୁଯାୟୀ ଜୁନ୍‌ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ଵର ବାହାନଗାରେ ଘଟିଥିବା ଭଯାବହ ରେଳ ଦୁର୍ଘଟଣା। ଏ କଥା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଅଘଟଣାରୁ ବର୍ତ୍ତିଗଲା ଭଦ୍ରକ-ଖଡ଼ଗପୁର ମେମୁ ଟ୍ରେନ୍‌। ଆଜି ବାହାନଗା ରେଳଷ୍ଟେସନ ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ସମ୍ଭାବ୍ୟ ଦୁର୍ଘଟଣା ପରିସ୍ଥିତିକୁ ଏଡାଇ ଦେବାକୁ ସକ୍ଷମ ହୋଇଛନ୍ତି ଲୋକପାଇଲଟ୍‌।

ମଙ୍ଗଳବାର ଭଦ୍ରକରୁ ମେମୁ ଟ୍ରେନ୍‌ଟି ଖଡ଼ଗପୁର ଯାଉଥିଲା। ନୀଳଗିରି ରୋଡ ବାରୁଣସିଂ ଷ୍ଟେସନରେ ଡାଉନ୍‌ ଲାଇନରେ ଟ୍ରେନ ଆସୁଥିବାବେଳେ ଟ୍ରେନଟି ହଠାତ ଲୁପ ଲାଇନରେ ପଶି ଯାଇ ଯାଇଥିଲା। କ’ଣ ପାଇଁ ଷ୍ଟେସନ ନିକଟରେ ଲୁପଲାଇନରେ ପଶିଗଲା ମେମୁ ଟ୍ରେନ୍‌ ସେ କଥା ଜଣା ପଡ଼ିନାହିଁ। କିନ୍ତୁ ଟ୍ରେନ୍‌ଟି ଲୁପ୍‌ଲାଇନ୍‌ ଦେଇ ଆଗକୁ ବଢ଼ୁଥିବା ଲୋକପାଇଲଟ ଜାଣିପାରି କୌଶଳ କ୍ରମେ ଟ୍ରେନ୍‌କୁ ପୁଣି ମେନ୍‌ ଲାଇନ୍‌କୁ ନେଇଥିଲେ। ଫଳରେ ଟ୍ରେନ୍‌ଟି ଦୁର୍ଘଟଣାରୁ ବର୍ତ୍ତିଯାଥିଲା। ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣାପଡ଼ିନି। ନୀଳଗିରି ରୋଡ଼ରେ ଦୁଇ ଘଣ୍ଟାରୁ ଅଧିକ ସମୟ ରହିବା ପରେ ଲୋକପାଇଲଟ ଟ୍ରେନ୍‌କୁ ପୁଣି ବାଲେଶ୍ୱର ପହଞ୍ଚାଇଛନ୍ତି। ବାଲେଶ୍ୱରଠାରେ ଯାତ୍ରୀମାନେ ଲୋକପାଇଲଟକୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button