ଯାତ୍ରୀବାହୀ ବସ୍‌ ‘ନାୟକ’ ଦୁର୍ଘଟଣାଗ୍ରସ୍ତ; ୧୫ ଆହତ

ଯାଜପୁର : ଭୁବନେଶ୍ଵରରୁ ମୟୂରଭଂଜ କରଂଜିଆ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ଯାଜପୁରରୋଡ୍‌ ଅନ୍ତର୍ଗତ ଜହ୍ନା ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍‌ଟି ଓଲଟିପଡ଼ିବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ୯ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ‘ନାୟକ’ ନାମକ ଘରୋଇ ବସ୍‌ ୪୫ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ଵରରୁ କରଂଜିଆ ଅଭିମୁଖେ ବାହାରି ଥିଲା। ହେଲେ ଯାଜପୁରରୋଡ୍‌ର ଜହ୍ନାଛକରେ କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଯାଜପୁରରୋଡ୍‌ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ୭ ଜଣଙ୍କୁ କଟକ ଓ ଅନ୍ୟ ୨ ଜଣଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସୁମିତ୍ରା ନାୟକ, ସୁନୀତା ନନ୍ଦ, ରାକେଶ ବେଉରା, ବଳରାମ ନାୟକ, ଗମ୍ଭା ସିଂ, ଫାଲଗୁନୀ ହୋ,ଓ ଦୁଷ୍ମନ୍ତ ରଣାଙ୍କୁ କଟକ ସ୍ତାନାନ୍ତରିତ କରାଯାଇଛି। ସେହିପରି ସୌମ୍ୟାଶ୍ରୀ ଓ ଦୁଇ ବର୍ଷର ଜଣେ ବାଳକକୁ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *

Back to top button