ଭାରତ ପ୍ରବେଶକୁ ନେଇ ଧରାପଡ଼ିଲା ସୀମା ଓ ସଚିନ ଦେଇଥିବା ମିଥ୍ୟା ସୂଚନା

ନୂଆଦିଲ୍ଲୀ : ପ୍ରେମକୁ ନେଇ ଚର୍ଚ୍ଚାରେ ରହିଥିଲେ ପାକିସ୍ତାନୀ ମହିଳା ସୀମା ହାଇଦର ଓ ସଚିନ। ସୀମା ଭାରତ ପ୍ରବେଶ ନେଇ ପ୍ରଶ୍ନ ଉଠିବାରୁ ଆରମ୍ବ ହୋଇଥିଲା ଖୋଳତାଡ। ଏବେ ଜଣାପଡିଛି ଦୁହେଁ ମିଛ କହିଛନ୍ତି।

ଖବର ଅନୁଯାୟୀ ଆଇବିକୁ ସୀମା ଓ ସଚିନ କହିଥିଲେ ସେମାନେ ମଇ ୧୩ ତାରିଖରେ ନେପାଳରୁ ଭାରତରେ ପ୍ରବେଶ କରିଥିଲେ। କିନ୍ତୁ ସେଠାରୁ ଆସିଥିବା ରିପୋର୍ଟରୁ ଜଣାପଡ଼ିଛି ଯେଉଁ ଦୁଇଟି ସ୍ଥାନ କଥା ସେମାନେ କହିଛନ୍ତି ସେହିଦିନ କୌଣସି ଥାର୍ଡ ନେସନ ସିଟିଜନ ପ୍ରବେଶ କରି ନାହାନ୍ତି। କେନ୍ଦ୍ରୀୟ ଏଜେନ୍ସି ସୂତ୍ର ଅନୁସାରେ ମଇ ୧୩ ତାରିଖରେ ଭାରତ ଓ ନେପାଳ ସୀମା ସୁନୋଲି ସେକ୍ଟର ଓ ସୀତାମଢ଼ି ସେକ୍ଟରରେ ଥାର୍ଡ ନେସନ ସିଟିଜନକୁ ନେଇ କୌଣସି ସୂଚନା ନାହିଁ। ସେଠାରେ ଲାଗିଥିବା ସିସିଟିଭିର ଦୃଶ୍ୟରେ ସୀମାଙ୍କୁ ଦେଖିବାକୁ ମିଳିନାହିଁ। ସେହିପରି ଭାରତ ଓ ନେପାଳର ବସ ରୁଟରେ ସଚିନ ଓ ସୀମା ଭାରତ ଆସିଥିବା କହିଥିଲେ। ସେଥିପାଇଁ ମଇ୧୩ରେ ଯାତାୟାତ କରିଥିବା ସମସ୍ତ ବସର ସିସିଟିଭି ଫୁ‌ଟେଜ ଯାଞ୍ଚ କରାଯାଉଛି।

ସୂଚନାଯୋଗ୍ୟ ଯଦି ତୃତୀୟ ଦେଶର କୌଣସି ନାଗରିକ ଭାରତ ଓ ନେପାଳ ସୀମାକୁ ଆସନ୍ତି କିମ୍ବା ଯାଆନ୍ତି ତେବେ ଦୁଇଦେଶର ପୋଲିସଙ୍କୁ ଏହାର ସୂଚନା ଦିଆଯାଇଥାଏ। ମଇ ୧୩ ତାରିଖ ଦିନ ଏମିତି କୌଣସି ସୂଚନା ଭାରତ ପୋଲିସକୁ ମିଳି ନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button