୨୦ରୁ ଟମଟୋ ୭୦ ଟଙ୍କାରେ ବିକ୍ରିହେବ

ନୂଆଦିଲ୍ଲୀ : ଗୁରୁବାର ଠାରୁ ଟମଟୋର ଖୁଚୁରା ଦର କିଲୋପ୍ରତି ୭୦ ଟଙ୍କାରେ ବିକ୍ରିକରିବାକୁ କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଏନସିସିଏଫ୍ ଓ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁଯାୟୀ ଟମାଟୋର ପାଇକାରୀ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏନସିସିଏଫ ଓ ନାଫେଡ ଦ୍ୱାରା କିଣାଯାଇଥିବା ଟମାଟୋକୁ ଜୁଲାଇ ୧୬ଠାରୁ କିଲୋପ୍ରତି ୯୦ ଟଙ୍କା ଏବଂ ୮୦ ଟଙ୍କାରେ ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ୭୦ ଟଙ୍କାରେ ଟମାଟୋ ବିକ୍ରି କରାଯିବା ଦ୍ୱାରା ଉପଭୋକ୍ତାମାନେ ବିଶେଷ ଲାଭବାନ ହୋଇପାରିବେ।

ସୂଚନାଯୋଗ୍ୟ ଟମାଟୋର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକର ବିଭିନ୍ନ ମଣ୍ଡିରୁ ଟମାଟୋ କିଣି ବିଭିନ୍ନସ୍ଥାନରେ ବିକ୍ରିକରିବା ଲାଗି ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ନାଫେଡ ଏବଂ ଏନ୍‌ସିସିଏଫକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଦୁଇ ସଂସ୍ଥା ଗତକାଲି ସୁଦ୍ଧା ୩୯୧ ମେଟ୍ରିକଟନ୍ ଟମାଟୋ କିଣି ଉପଭୋକ୍ତାଙ୍କୁ ଶସ୍ତାଦରରେ ଯୋଗାଇ ଦେଇଛନ୍ତି। ଦିଲ୍ଲୀ-ଏନସିଆର, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ବିହାରର ପ୍ରମୁଖ ଉପଯୋଗ କେନ୍ଦ୍ରରେ ଖୁଚୁରା ଉପଭୋକ୍ତାଙ୍କୁ ଏହି ଦୁଇ ସଂସ୍ଥା ଦ୍ୱାରା ଟମାଟୋ ବିକ୍ରି କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button