Sat. Dec 7th, 2019

୧୫ଟି ଆସନର ଫଳାଫଳ ୟେଦ୍ୟୁରାପ୍ପା ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ

ନୂଆଦିଲ୍ଲୀ : ମହାରାଷ୍ଟ୍ର ଓ ହରିୟାନା ବିଧାନସଭା ନିର୍ବାଚନ ଓ ୬୩ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପାଇଁ ଆଜି ଭାରତର ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଅକ୍ଟୋବର ୨୧ରେ ଗୋଟିଏ ପର୍ଯ୍ୟାୟରେ ଏସବୁ ନିର୍ବାଚନ ହେବ। ଏହି ୬୩ଟି ବିଧାନସଭା ଆସନ ମଧ୍ୟରୁ କର୍ଣ୍ଣାଟକର ହେବ ୧୫ଟି ଆସନରେ ଉପନିର୍ବାଚନ। ଏସବୁ ଆସନର ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ-ଜେଡିଏସର ବିଧାୟକମାନେ ଅଯୋଗ୍ୟ ଘୋଷିତ ହେବା ପରେ ଖାଲି ରହିଛି। କର୍ଣ୍ଣାଟକରେ ମୋଟ ୧୭ ଟି ଆସନ ଖାଲିରହିଥିବା ବେଳେ ୧୫ଟି ପାଇଁ ଉପ-ନିର୍ବାଚନ ହେବ। ମାସକି ଓ ଆରଆର ନଗର ଆସନରେ ଆଇନଗତ ମାମଲା ଯୋଗୁଁ ଉପନିର୍ବାଚନ ପରେ କରାଯିବ।

ୟେଦ୍ୟୁରାପ୍ପା ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ଏହି ୧୫ଟି ଆସନର ଫଳାଫଳ। ଏବେ ବିଧାନସଭାରେ ଥିବା ୨୦୮ ସଦସ୍ୟଙ୍କ ମଧ୍ୟରୁ ବିଜେପିର ୧୦୫ ଓ ୨ ଜଣ ସ୍ୱାଧୀନ ବିଧାୟକଙ୍କ ସମେତ ୧୦୭ ସଦସ୍ୟଙ୍କ ସମର୍ଥନ ୟେଦ୍ୟୁରପ୍ପାଙ୍କ ପ୍ରତି ରହିଛି। ୧୫ଟି ଆସନର ଫଳାଫଳ ଆସିବା ପରେ କର୍ଣ୍ଣାଟକ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୨୩କୁ ବୃଦ୍ଧି ପାଇବ। ସରକାର ବଜାୟ ରଖିବାକୁ ବିଜେପିକୁ ୧୧୨ଟି ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ। ତେଣୁ ବିଧାନସଭାରେ ବିଜେପିକୁ ୭ଟି ଆସନ ଜିତିବାକୁ ହେବ।

Leave a Reply

Your email address will not be published. Required fields are marked *