ସେନା ଅଧିକାରୀଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ ସୀମା

ଲକ୍ଷ୍ନୌ : ଭାରତୀୟ ପ୍ରେମିକ ସଚିନ ମୀନାଙ୍କ ପାକିସ୍ତାନୀ ପ୍ରେମିକ ସୀମା ଗୁଲାମ ହାଇଦରଙ୍କ ପ୍ରେମ-କାହାଣୀ ଏବେ ସନ୍ଦେହରେ। ଭାରତରେ ବେଆଇନ ପ୍ରବେଶ କରିଥିବା ସୀମାଙ୍କୁ ଉତ୍ତରପ୍ରଦେଶ ଆତଙ୍କବାଦ-ନିରୋଧୀ ସ୍କ୍ବାଡ ବା ଏଟିଏସ୍ ପଚରାଉଚରା ଜାରି ରଖିଛି।

ଖବର ଅନୁଯାୟୀ ଉତ୍ତରପ୍ରଦେଶର ଏଟିଏସ ସୀମା ଗୁଲାମ ହାଇଦରଙ୍କୁ ପ୍ରଶ୍ନ କରିଥିଲେ ତୁମେ କେବେ କଥା ହେବାପାଇଁ କୋଡୱାର୍ଡର ଯେମିତି ଫୁଫି ଓ ଫଳର ବ୍ୟବହାର କରିଛ। କାରଣ ଆଇଏସଆଇରେ ଫୁଫି ସେହି ଲୋକଙ୍କୁ କୁହାଯାଏ ଯେଉଁମାନେ ଦେଶ ସମ୍ପର୍କରେ ସୂଚନା ଆଇଏସଆଇ ପର୍ଯ୍ୟନ୍ତ ପହଞ୍ଚାଇ ଥାଆନ୍ତି। ଆଉ ଫଳ କୋଡୱାର୍ଡକୁ ଟଙ୍କା ପାଇଁ ବ୍ୟବହାର କରାଯାଇଥାଏ।

କେବଳ ସେତିକି ନୁହେଁ ସୀମାଙ୍କୁ ହିନ୍ଦୀ କହିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ତୁମେ ଏତେ ସ୍ପଷ୍ଟ ହିନ୍ଦୀ କେମିତି କହି ପାରୁଛ ଓ ହିନ୍ଦୁ ପରମ୍ପରା ବିଷୟରେ କେମିତି ଜାଣିଛ ବୋଲି ଏଟିଏସ ସୀମାଙ୍କୁ ପଚାରିଥିଲେ। ତୁମକୁ ନୋଏଡାସ୍ଥିତ ରବୁପୁରା ଗ୍ରାମ ପର୍ଯ୍ୟନ୍ତ ପହଞ୍ଚାଇବାକୁ କେଉଁମାନେ ସାହାଯ୍ୟ କରିଛନ୍ତି। ଏସବୁ ପ୍ରଶ୍ନର ଉତ୍ତର ସୀମା ଏଯାବତ ଦେଇପାରିନାହାନ୍ତି। ଯାହାବ ଉତ୍ତର ଦେଇଛନ୍ତି ଏଟିଏସ ଅଧିକାରୀଙ୍କୁ ସନ୍ତୋଷଜନକ ଲାଗି ନାହିଁ। ଏହି ସମୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି ସୀମା ଭାରତରେ ପ୍ରବେଶ ପୂର୍ବରୁ କିଛି ସେନା ଅଧିକାରୀଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇଥିଲେ।

Leave a Reply

Your email address will not be published. Required fields are marked *

Back to top button