Tue. Oct 15th, 2019

ହ୍ୱାଟ୍‌ସ ଆପ୍‌ରେ ନୂଆ ଫିଚର୍

ପୂର୍ବ ଘୋଷଣା ଅନୁଯାୟୀ ଫେସ୍‌ବୁକ୍‌ ତା’ର ତିନିଟି ଆପ୍‌- ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସ୍‌ ଆପ୍‌ର ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଛି। ହ୍ୱାଟ୍‌ସ ଆପ୍‌ ଆଣ୍ଡ୍ରଏଡ୍ ୟୁଜର୍‌ ଏବେ ନିଜ ହ୍ୱାଟ୍‌ସ ଆପ୍ ଷ୍ଟାଟସ୍‌କୁ ଫେସ୍‌ବୁକ୍‌ ଷ୍ଟୋରୀରେ ଶେଆର କରିପାରିବେ।

ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀକୁ ଫେସ୍‌ବୁକ୍‌ ଷ୍ଟୋରୀରେ ଶେଆର କରିବାର ଅପ୍‌ସନ୍‌ ଦିଆଯାଇଛି। ଏବେ ଏଥିରେ ହ୍ୱାଟ୍‌ସ ଆପ୍‌ ସାମିଲ ହେଲା। ଇଯାଇଛି। ଗତ ଜୁନ୍‌ ମାସରେ ହ୍ୱାଟ୍‌ସ ଆପ୍‌ ଆଣ୍ଡ୍ରଏଡ୍‌ ବିଟା ପ୍ରୋଗ୍ରାମ୍‌ରେ କଛି ୟୁଜର୍‌ଙ୍କୁ ଏହି ଫିଚର୍‌ର ଆକ୍ସେସ୍ ଦିଆଯାଇଥିଲା। ଏବେ ଏହି ଫିଚର୍‌କୁ ହ୍ୱାଟ୍‌ସ ଆପ୍‌ର ଲାଟେଷ୍ଟ୍‌ ଭର୍ସନ୍‌ରେ ଦିଆଯାଇଛି।

ହ୍ୱାଟ୍‌ସ ଆପ୍ ଷ୍ଟାଟସ୍‌କୁ ଫେସ୍‌ବୁକ୍‌ ଷ୍ଟୋରୀରେ ଶେଆର୍‌ କରିବେ କିପରି ଆସନ୍ତୁ ଜାଣିବା। ୧-ପ୍ରଥମେ ନିଜ ହ୍ୱାଟ୍‌ସ ଆପ୍‌ ଆକାଉଣ୍ଟର ମାଇଁ ଷ୍ଟୋରୀକୁ ଯା’ନ୍ତୁ। ୨-ଏବେ ଯେଉଁ ଷ୍ଟାଟସ୍‌କୁ ଆପଣ ଫେସ୍‌ବୁକ୍‌ରେ ଶେଆର କରିବାକୁ ଚାହୁଁଛନ୍ତି, ତା’ କଡ଼ରେ ଥିବା ହମ୍‌ବର୍ଗର ଆଇକନ୍‌ରେ କ୍ଲିକ୍‌ କରନ୍ତୁ। ୩-ବର୍ତ୍ତମାନ ‘ଶେଆର୍‌ ଟୁ ଫେସବୁକ୍’ରେ କ୍ଲିକ୍‌ କରନ୍ତୁ। ଏଠି ଆପଣଙ୍କୁ ଡିଫଲ୍ଟ ପ୍ରାଇଭେସି ସେଟିଂ ସହ ଆପଣଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ ଫଟୋ ନଜର ଆସିବ। ୪-ଷ୍ଟାଟସ୍‌ ଶେଆର କରିବା ପୂର୍ବରୁ ପ୍ରଥମେ ଏଠି ପବ୍ଲିକ୍‌, ଫ୍ରେଣ୍ଡସ୍ ଆଣ୍ଡ୍‌ କନେକ୍ସନ୍ସ, ଫ୍ରେଣ୍ଡସ୍‌, କଷ୍ଟମ୍‌ କିମ୍ବା ହାଇଡ୍‌ ଷ୍ଟୋରୀ ଫ୍ରମ୍ ଅପସନ୍‌ରୁ ଗୋଟିଏ ସିଲେକ୍ଟ କରନ୍ତୁ। ୫-ଏବେ ଷ୍ଟୋରୀ ଶେଆର କରିବା ପାଇଁ ଶେଆର ନାଓ ଉପରେ କ୍ଲିକ୍‌ କରନ୍ତୁ। ବର୍ତ୍ତମାନ ଆପଣଙ୍କ ହ୍ୱାଟ୍‌ସ ଆପ୍ ଷ୍ଟାଟସ୍ ଫେସ୍‌ବୁକ୍‌ରେ ଶେଆର ହୋଇଯିବ।

ଆହୁରି କୁହାଯାଇଛି ଥରେ ହ୍ୱାଟ୍‌ସ ଆପ୍ ଷ୍ଟାଟସ୍ ଫେସ୍‌ବୁକ୍‌ରେ ଶେଆର କଲେ ଏହା ୨୪ ଘଣ୍ଚା ପର୍ଯ୍ୟନ୍ତ ରହିପାରିବ। ହ୍ୱାଟ୍‌ସ ଆପ୍‌ର ଅରିଜିନାଲ୍‌ ଷ୍ଟାଟସ୍ ଡିଲିଟ୍‌ ହୋଇଗଲେ ବି ଏହା ଫେସ୍‌ବୁକ୍‌ ଷ୍ଟୋରୀରେ ଦେଖାଯିବ। କିନ୍ତୁ ଏହା କେବଳ ଅରିଜିନାଲ୍‌ର ସ୍କ୍ରିନ୍‌ସର୍ଟ ଭାବେ ଦେଖାଯିବ। ଆପଣ ଯଦି କୌଣସି ଲିଙ୍କ୍ ହ୍ୱାଟ୍‌ସ ଆପ୍‌ ଷ୍ଟାଟସ୍‌ରେ ଦେଇଛନ୍ତି, ତେବେ ଏହା ଫେସ୍‌ବୁକ୍‌ ଷ୍ଟୋରୀରେ କ୍ଲିକ୍ ହେବ ନାହିଁ।

Leave a Reply

Your email address will not be published. Required fields are marked *