ଅସଦାଚରଣ ଅଭିଯୋଗରେ ଭୂଗୋଳ ଶିକ୍ଷକ ଗିରଫ

ଭୁବନେଶ୍ଵର : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଭୂଗୋଳ ଶିକ୍ଷକ କାଳୁଚରଣ ବଡଜେନାଙ୍କୁ ଭରତପୁର ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ଭୁବନେଶ୍ୱର ଭରତପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୁଗୋଳ ଶିକ୍ଷକଙ୍କ ନାଁରେ ଛାତ୍ରୀଙ୍କ ପରିବାର ଆଜି ସଙ୍ଗୀନ ଅଭିଯୋଗ ଆଣିଥିଲେ। ଆଉ ଦର୍ଶାଇଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ଟେଷ୍ଟ ପରୀକ୍ଷା ପ୍ରଶ୍ନପତ୍ର ଦେବା ବଦଳରେ ଶିକ୍ଷକ ଜଣକ ବାରମ୍ବାର ଅସଦାଚରଣ କରିଥିଲେ। ସେ ଛାତ୍ରୀଙ୍କୁ କହୁଥିଲେ ପ୍ରଶ୍ନପତ୍ର ଦେଇ ଛାତ୍ରୀଙ୍କ ଲାଭ ଦେଖିଲେ ଏବେ ଛାତ୍ରୀ ଜଣକ ତାଙ୍କର ଲାଭ ଦେଖନ୍ତୁ। ଏଭଳି କଥା କହି ଛାତ୍ରୀଙ୍କ ଅସହାୟତାର ସୁଯୋଗ ନେଇଥିଲେ ଶିକ୍ଷକ କାଳୁଚରଣ। ଏପରିକି ଘରେ କେହି ନଥିବା ବେଳେ ସେ ଘରକୁ ଯିବେ ବୋଲି କହୁଥିଲେ। ଭୂଗୋଳ ଶିକ୍ଷକ ଜଣକ ଛାତ୍ରୀଙ୍କୁ ପ୍ରେମ କରନ୍ତି ଓ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ବୋଲି କହୁଥିବା ପରିବାର ଲୋକେ କହିଛନ୍ତି। ଏନେଇ ସ୍କୁଲ କର୍ତୃପକ୍ଷଙ୍କ ସହ ପରିବାର ଲୋକଙ୍କ ପାଟିତୁଣ୍ଡ ହେବାପରେ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Leave a Reply

Your email address will not be published. Required fields are marked *

Back to top button