ମଣିପୁର : ମହିଳାଙ୍କୁ ବିବସ୍ତ୍ର ବୁଲାଉଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଇମ୍ଫାଲ : ମଣିପୁରରେ ଦୁଇ ମହିଳାଙ୍କୁ ବିବସ୍ତ୍ର ବୁଲାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ପୋଲିସ ଅଭିଯୁକ୍ତର ଚିହ୍ନଟ ହେରଦାସ ନାଁର କରାଯିବା ପରେ ଥୌବଲ ଜିଲ୍ଲାରୁ ଗିରଫ କରାଯାଇଛି।

ଖବର ଅନୁଯାୟୀ ମଣିପୁର ହିଂସାରେ ଦୁଇ ମହିଳାଙ୍କୁ ବିବସ୍ତ୍ର ବୁଲାଉଥିବା ଦୁଇମାସ ତଳର ପୁରୁଣା ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳିଥିଲା ଜଣେ ଟିସାର୍ଟ ପିନ୍ଧି ମହିଳାଙ୍କୁ ଜୋରରେ ଧରି ଟାଣିନେଉଥିଲା। ପୋଲିସ ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ବଢାଆଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ମଣିପୁରରେ ସ୍ଥିତି ଗମ୍ଭୀର ରହିଛି।

ଅନ୍ୟପକ୍ଷରେ ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ସଭ୍ୟ ମାନବ ସମାଜରେ ଏପରି ଅସାମାଜିକ କାର୍ଯ୍ୟକଳାପ କେବେ ବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଭାଇରାଲ ହେଉଥିବା ଭିଡିଓ ସମାଜରେ ଘୋର ବିଶୃଙ୍ଖଳା ସୃଷ୍ଟି କରୁଥିବା ବେଳେ ଏହା ସାମ୍ବିଧାନିକ ଅଧିକାରର ବିପର୍ଯ୍ୟୟ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଏପରି ଲଜ୍ଜାଜନକ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଥିସହ ଆସନ୍ତା ୨୮ ତାରିଖରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button