ପୋଖରୀରେ ବୁଡ଼ିଗଲେ ଅଙ୍ଗନବାଡ଼ିର ଦୁଇ ପିଲା

ଠାକୁରମୁଣ୍ଡା : ଠାକୁରମୁଣ୍ଡା ବ୍ଲକ ଖେଡ଼ିଆପୋଷି ଗ୍ରାମରେ ଆଜି ଅପରାହ୍ନରେ ଘଟିଛି ଅଘଟଣ। ପୋଖରୀରେ ବୁଡ଼ି ଜଣେ ୪ ବର୍ଷ ବୟସର ବାଳକର ମୃତ୍ୟୁ ହୋଇଥିବା ବେଳେ ୫ ବର୍ଷ ବର୍ଷର ବାଳିକା ଗୁରୁତର ହୋଇଛି। ତାଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଖବର ଅନୁଯାୟୀ ଗୁରୁବାର ଖେଡ଼ିଆପୋଷି ଗ୍ରାମର ଜୀବନ ନାଏକଙ୍କ ପୁଅ ଶୁଭମ ଓ ଟିକିନା ପଇଦାଙ୍କ ଝିଅ ଭୂମିକା ପଇଦା ଗାଁ ଅଙ୍ଗନବାଡିକୁ ଯାଇଥିଲେ। ଅଙ୍ଗନବାଡ଼ି ଛୁଟି ହେବାପରେ ସେମାନଙ୍କୁ ଅଙ୍ଗନବାଡ଼ି ସହୟିକା ଘର ନିକଟରେ ଛାଡିଥିଲେ। ମାତ୍ର ଦୁଇ ଶିଶୁ ଘର ଠାରୁ କିଛି ଦୂରରେ ଥିବା ପୋଖରୀକୁ ଚାଲିଯାଇଥିଲେ। ଶୁଭମ ହଠାତ ପୋଖରୀରେ ପଡ଼ିଯିବାରୁ ତାକୁ ଉଦ୍ଧାର କରିବାକୁ ଭୂମିକା ପାଣିରେ ପଶିଥିଲା। ଫଳରେ ଉଭୟ ବୁଡ଼ିଯିବା ପରେ ଲୋକେ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ଡାକ୍ତରଖାନା ପହଞ୍ଚିବା ପୁର୍ବରୁ ଶୁଭମର ମୃତ୍ୟୁ ହୋଇ ସାରିଥିଲା। ଭୂମିକା ଚିକିତ୍ସା ପରେ ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button