ସୀମାକୁ ଟ୍ରେନିଂ ଦିଆଯାଇଛି : ପ୍ରଥମ ସ୍ଵାମୀ ଗୁଲାମ

ନୂଆଦିଲ୍ଲୀ : ପ୍ରେମରେ ପଡି ଭାରତ ଆସିଥିବା ସୀମା ହାଇଦରଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ ଜଣାପଡିନି। ସେ ଗୁପ୍ତଚର କି ନୁହେଁ ତାହା ଜାଣିବାକୁ ଏବେ ୟୁପି ଏଟିଏସ ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ ସୀମାଙ୍କ ପ୍ରଥମ ସ୍ଵାମୀ ଗୁଲାମ ହାଇଦର କହିଛନ୍ତି ସୀମାଙ୍କୁ ଭଲ ଟ୍ରେନିଂ ଦିଆଯାଇ ଭାରତ ପଠାଯାଇଛି। ସେ ଭଲ ଇଂରାଜୀ କହିପାରନ୍ତି ମୁଁ ଜାଣିନଥିଲି। ସେ ପ୍ରଥମେ ଏତେ ଚାଲାକ ନଥିଲେ କିନ୍ତୁ ଏବେ ବହୁତ ବଦଳିଛନ୍ତି। ନିଶ୍ଚିତ ଭାବରେ ତାଙ୍କୁ ଟ୍ରେନିଂ ଦିଆଯାଇଥିବ। ଗୁଲାମ କହିଛନ୍ତି ଜଣେ ଏକାକୀ ମହିଳା ୪ସନ୍ତାନଙ୍କୁ ନେଇ ପାକିସ୍ତାନରୁ ଦୁବାଇ, ଦୁବାଇରୁ କାଠମାଣ୍ଡୁ ଓ ଏହାପରେ ଭାରତ ଯିବା ଏତେ ସହଜ ନୁହେଁ। ନିହାତି ଭାବରେ କାହାର ନା କାହାର ହାତ ରହିଛି। ନହେଲେ ପଞ୍ଚମ ପାସ୍ କରି ଏତେ ଭଲ ଇଂରାଜୀ ସେ କେମିତି କହୁଛନ୍ତି।

ସୂଚନାଯୋଗ୍ୟ ପାକିସ୍ତାନୀ ମହିଳା ସୀମା ହାଇଦର ୪ ସନ୍ତାନଙ୍କ ସହ ବେଆଇନ ଭାବେ ଭାରତ ଆସିଥିଲେ। ସଚିନ୍ ମୀଣା ନାମକ ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ ସେ ଭାରତ ଆସିଥିବା ବେଳେ ଦୁହେଁ ଅନଲାଇନ୍ ଗେମ୍ ପବଜି ଖେଳିବା ସମୟରେ ପ୍ରେମରେ ପଡ଼ିଥିବା କହିଥିଲେ। ଦୁହେଁ ନେପାଳର ପଶୁପତିନାଥ ମନ୍ଦିରରେ ବିବାହ କରିଥିବା ଦାବି କରିଛନ୍ତି। ତେବେ ସୀମା ମେ’ ମାସରେ ଭାରତ ଆସିଥିଲେ କି ନାହିଁ ତାହା ଜାଣିବାକୁ ୟୁପି ଏଟିଏସ ଖୋଳତାଡ଼ ଆରମ୍ଭ କରିଛି। ସୀମାଙ୍କୁ ପଚରାଉଚରା ପରେ ସନ୍ଦେହ କରାଯାଉଛି ସେ ଜଣେ ଆଇଏସଆଇ ଏଜେଣ୍ଟ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *

Back to top button