Mon. Dec 9th, 2019

୩୭୦ଉଚ୍ଛେଦ ସଂର୍ପକରେ ସାହିତ୍ୟିକଙ୍କୁ ଅବଗତ କରାଇଲା ବିଜେପି

ଭୁବନେଶ୍ୱର : ମୋଦି ସରକାରଙ୍କର ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ଏକ ଐତିହାସିକ ନିଷ୍ପତ୍ତି। ଏହାଦ୍ୱାରା ଦେଶର ଅନ୍ୟ ରାଜ୍ୟ ଭଳି ଜମ୍ମୁ-କାଶ୍ମିର ବାସିନ୍ଦା କେନ୍ଦ୍ରସରକାରଙ୍କ ଯୋଜନା ଗୁଡିକର ସୁବିଧା ନେଇପାରିବେ। ଏ ସମ୍ପର୍କରେ ପ୍ରସିଦ୍ଧ ଲେଖକ, କବି, ଜ୍ଞାନପୀଠ ଓ ଶାରଳା ପୁରସ୍କାରପ୍ରାପ୍ତ ପଦ୍ମବିଭୁଷଣ ସୀତାକାନ୍ତ ମହାପାତ୍ରଙ୍କୁ ଭେଟି ଅବଗତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର। ସେହିପରି ପ୍ରସିଦ୍ଧ ଲେଖକ ଓ ସମ୍ଭକାର ତଥା ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କୁ ମଧ୍ୟ ସେମାନେ ଭେଟିଛନ୍ତି। ଏହି ଅବସରରେ ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ଏକ ପୁସ୍ତିକା ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *