ସମ୍ବଲପୁରରେ ବର୍ଷକ ପାଇଁ ଧାର୍ମିକ ଶୋଭାଯାତ୍ରା ବନ୍ଦ

ସମ୍ବଲପୁର : ସମ୍ବଲପୁରରେ ସମସ୍ତ ଧାର୍ମିକ ଶୋଭାଯାତ୍ରା ବର୍ଷକ ପାଇଁ ବନ୍ଦ। ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଓ ମହରମ ପାଇଁ ହୁଏ ବିଶାଳ ଶୋଭାଯାତ୍ରା। ଆଗକୁ ମହରମ ଆସୁଥିବାରୁ ସେଥିପାଇଁ ଆଜି ପ୍ରଶାସନ ପକ୍ଷରୁ ଏକ ବୈଠକ ଡକାଯାଇଥିଲା। ଜିଲ୍ଲାପାଳ ଓ ଏସ୍‌ପିଙ୍କ ଉପସ୍ଥିତିରେ ବିଭିନ୍ନ ସଂପ୍ରଦାୟକୁ ନେଇ ଗଠିତ ଶାନ୍ତି କମିଟିର ସଦସ୍ୟମାନେ ଏଥିରେ ଉପସ୍ଥିତ ଥିଲେ। ମହରମକୁ କିପରି ଶାନ୍ତିଶୃଙ୍ଖଳାର ସହିତ ପାଳନ କରାଯିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଆଉ ନିଷ୍ପତ୍ତି ହୋଇଛି ବର୍ଷକ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଶୋଭାଯାତ୍ରାକୁ ବନ୍ଦ ରଖାଯିବ।

ଏସ୍‌ପି ମୁକେଶ ଭାମୁ କହିଛନ୍ତି ଲୋକେ ଆଉ ସେହି ଘଟଣା (ହନୁମାନ ଜୟନ୍ତୀ ହିଂସାକାଣ୍ଡ)କୁ ମନେ ପକାଇବାକୁ ଚାହୁଁନାହାନ୍ତି। ଆମର ମଧ୍ୟ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମ୍ବଲପୁର ସହରରେ ଶାନ୍ତିଶୃଙ୍ଖଳା ବଜାୟ ରହୁ। ସହରରେ ଧାର୍ମିକ ସଦ୍‌ଭାବନାକୁ ବଜାୟ ରଖିବା ଆମର ମୁଖ୍ୟ କାର୍ଯ୍ୟ। ବର୍ତ୍ତମାନ ସହରରେ ଯେଉଁ ଶାନ୍ତିଶୃଙ୍ଖଳା ସ୍ଥିତି ରହିଛି ତାହା ବଜାୟ ରହୁ।

Leave a Reply

Your email address will not be published. Required fields are marked *

Back to top button