Sat. Dec 7th, 2019

ଅଲ୍‌ କାଏଦା ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ଝାରଖଣ୍ଡ ପୋଲିସ୍‌ର ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍ ଅଲ୍‌ କାଏଦା ସହ ଜଡ଼ିତ ଆତଙ୍କୀ ମହମ୍ମଦ କାଲିମୁଦ୍ଦିନ୍‌ ମୁଜାହିରିକୁ ଶନିବାର ଟାଟାନଗରରୁ ଗିରଫ କରିଛି। ଭାରତରେ ମୋଷ୍ଟ ୱାଣ୍ଟେଡ୍‌ ଅଲ କାଏଦା ଆତଙ୍କବାଦୀଙ୍କ ମଧ୍ୟରେ ଇଏ ଅନ୍ୟତମ। ଝାରଖଣ୍ଡ ଏଟିଏସ୍‌ ଏହି ଆତଙ୍କବାଦୀର ଗତିବିଧି ଉପରେ ଦୀର୍ଘଦିନ ଧରି ନଜର ରଖିଥିଲା। ତାର ଅନେକ ସହଯୋଗୀ ଏବେ ଜେଲ୍‌ରେ ଅଛନ୍ତି। ସେ ମଦ୍ରାସାରେ ରହି ସାନ ପିଲାମାନଙ୍କୁ ଜିହାଦ୍‌ ପାଇଁ ପ୍ରସ୍ତୁତ କରୁଥିଲା। ଯୁବକଙ୍କୁ ଟ୍ରେନିଂ ପାଇଁ ପାକିସ୍ତାନ ପଠାଉଥିଲା।

Leave a Reply

Your email address will not be published. Required fields are marked *