କେରଳରେ ଆଇଏସ ମଡ୍ୟୁଲର ପର୍ଦ୍ଦାଫାସ୍ : ଲକ୍ଷ୍ୟଥିଲା ଆତଙ୍କ ଓ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ଏଜେନ୍ସି ବା ଏନଆଇଏ କେରଳ ଆଇଏସ୍ ମଡ୍ୟୁଲର ପର୍ଦ୍ଦାଫାସ କରିଛି। ଏହି ତଦନ୍ତକାରୀ ସଂସ୍ଥା ସାମ୍ପ୍ରଦାୟିକ ଆତଙ୍କବାଦୀ ଆକ୍ରମଣକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି ବୋଲି ଗୃହ ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି।

ଖବର ଅନୁଯାୟୀ ଏନ୍ଆଇଏ ଧର୍ମାନୁଷ୍ଠାନ ଓ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ନେତାଙ୍କ ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ବିଫଳ କରିଛି। ତାମିଲନାଡୁରେ ଲୁଚି ରହିଥିବା ଜଣେ ଅଭିଯୁକ୍ତଙ୍କୁ ଏନଆଇଏ ଗିରଫ କରିବା ସହ ତ୍ରିସୁର ଓ ପାଲକ୍କଡର ୪ଟି ସ୍ଥାନରେ ଚଢାଉ କରିଛି। ବିଶ୍ୱସ୍ତ ସୂଚନା ଆଧାରରେ ଏନଆଇଏ କେରଳ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ) ସହ ଗୁଇନ୍ଦା ମିଳିତ ଅପରେସନ କରିଥିଲା। ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଚାରିଟି ସ୍ଥାନରେ ଚଢ଼ଉ କରାଯାଇଛି ବୋଲି ଗୃହ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ଏନଆଇଏ ସୁତ୍ରରୁ ଜଣାପଡ଼ିଛି ଆଇଏସ୍ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଓ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଏହି ମଡ୍ୟୁଲ୍ ପାଣ୍ଠି ସଂଗ୍ରହରେ ନିୟୋଜିତ ଥିଲା। ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଯୋଜନା କରିବା ସହିତ ରାଜ୍ୟର ନେତାଙ୍କ ସମେତ କେତେକ ଧାର୍ମିକ ସ୍ଥଳ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ରେକି କରିଥିଲେ। କେରଳରେ ଆତଙ୍କ ସୃଷ୍ଟି ଓ ସାମ୍ପ୍ରଦାୟିକ ବିଭାଜନ କରିବା ସେମାନଙ୍କ ଲକ୍ଷ୍ୟ ଥିଲା।

Leave a Reply

Your email address will not be published. Required fields are marked *

Back to top button