ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ପୁର୍ନଗଠନ

ଭୁବନେଶ୍ଵର : ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ପୁର୍ନଗଠନ କରିଛନ୍ତି। ଅଧ୍ୟକ୍ଷଙ୍କୁ ମିଶାଇ ବୋର୍ଡରେ ରହିଛନ୍ତି ମୋଟ ୯ଜଣ ସଦସ୍ୟ। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡରେ ସାମିଲ ୯ଜଣଙ୍କ ମଧ୍ୟରେ ଅଧ୍ୟକ୍ଷଙ୍କ ସମେତ ଆବାହକ ସଦସ୍ୟ ଭାବେ ରାଜ୍ୟ ହାଉସିଂ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ରହିଛନ୍ତି। ସେହିପରି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ହାଉସିଂ ନିର୍ଦ୍ଦେଶକ, ଟାଉନପ୍ଲାନିଂ ନିର୍ଦ୍ଦେଶକ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ, ମୁଖ୍ୟ ଯନ୍ତ୍ରୀ (କୋଠାବାଡି)ଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି । ଦୁଇଜଣ ବେସରକାରୀ ସଦସ୍ୟ ଭାବେ ବରଗଡ଼ ଜିଲ୍ଲାର ପଦମପୁର(ରାଜବୋଡ଼ାସମ୍ବର)ର ପ୍ରୀତମ ମେହେର ଓ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା (ମନ୍ଦାର ବଗିଚାପଡ଼ା)ର ଗୋବର୍ଦ୍ଧନ ଦାସଙ୍କୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ ଏବେ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ ପୂର୍ବତନ ବିଜେଡି ସାଂସଦ କଳିକେଶ ସିଂହଦେଓ କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button