ଆଧାର ଲିଙ୍କ୍ ହେବାରୁ ୧୦ ହଜାର ମଦ୍ରାସା ଛାତ୍ର ନିଖୋଜ

ନୂଆଦିଲ୍ଲୀ : ନାଁ ସହିତ ଆଧାର ଲିଙ୍କ ଯୋଗୁ ଏକ ବଡ ଜାଲିଆତି ପଦାକୁ ଆସିଛି। ଉତ୍ତରପ୍ରଦେଶରେ ଘଟିଛି ଏହି ଘଟଣା। ହରଦୋଇ ଜିଲ୍ଲାର ମଦ୍ରାସାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନାମ ସହିତ ଆଧାର ଲିଙ୍କ୍ ବାଧ୍ୟତାମୂଳକ କରଯିବାରୁ ୧୦ ହଜାରରୁ ଅଧିକ ଛାତ୍ରଙ୍କର ପତ୍ତା ନାହିଁ। ଏବେ ପ୍ରଶ୍ନ ଉଠୁଛି ଉପସ୍ଥାନରେ ଯେଉଁ ପିଲାଙ୍କ ନାମ ଥିଲା ସେମାନେ ପ୍ରକୃତରେ ପଢୁନଥିଲେ ନା କାଳ୍ପନିକ ନାଁ ବ୍ୟବହାର କରାଯାଇଥଲା। ଏପରି ଜାଲିଆତିରେ ପ୍ରାୟ ସାଢେ ୩ କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ଗତବର୍ଷ ସୁଦ୍ଧା ଜିଲ୍ଲାର ମଦ୍ରାସାରେ ନାମ ଲେଖାଇଥିଲେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ। ଆଧାରକୁ ବାଧ୍ୟତାମୂଳକ କରାଯିବା ପରେ ହଠାତ୍ ସେମାନେ ନିଖୋଜ ହୋଇଯାଇଥିଲେ। ଅନେକ ମଦ୍ରାସାରେ ୯୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କ କୌଣସି ବିବରଣୀ ମିଳୁନାହିଁ। ହରଦୋଇ ଜିଲ୍ଲାପାଳ ସାଂସଦ ସିଂ କହିଛନ୍ତି ଯାଞ୍ଚ କରାଯାଉଛି। ଯଦି ଠକେଇ ପ୍ରମାଣିତ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହରଦୋଇ ଜିଲ୍ଲାର ବିଭିନ୍ନ ଅଂଚଳରେ ମୋଟ ୧୪୧ଟି ମଦ୍ରାସା ଚାଲିଛି।

Leave a Reply

Your email address will not be published. Required fields are marked *

Back to top button