ଅନୁମତି ନନେଇ ସୁପ୍ରିମକୋର୍ଟରେ କୁଖ୍ୟାତ ଆତଙ୍କବାଦୀ ୟାସିନ ମଲ୍ଲିକ

ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ତଥା ଜାମ୍ନୁ ଓ କଶ୍ମୀର ମୁକ୍ତି ସାମୁଖ୍ୟ (ଜେକେଏଲଏଫ) ପ୍ରମୁଖ ୟାସିନ ମଲ୍ଲିକ ସୁପ୍ରିମକୋର୍ଟରେ ବିନା ଅନୁମତିରେ ହାଜର ହୋଇଛନ୍ତି। ତାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ଅନୁମତି ଥିଲା। କିନ୍ତୁ ସେ ବ୍ୟକ୍ତିଗତଭାବେ କୋର୍ଟରେ ହାଜର ହୋଇଥିଲା। ଅନୁମତି ନନେଇ ୟାସିନ ଏପରି କରିଥିବାରୁ ସୁପ୍ରିମକୋର୍ଟ ବିରକ୍ତ ହେବା ସହ ମାମଲାର ଶୁଣାଣିକୁ ୪ ସପ୍ତାହ ଘୁଞ୍ଚାଇ ଦେଇଛନ୍ତି।

ଖବର ଅନୁଯାୟୀ ଜେକେଏଲଏଫ ମୁଖ୍ୟ ୟାସିନ ମଲ୍ଲିକ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦିଲ୍ଲୀର ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଶୁକ୍ରବାର ବିନା ଅନୁମତିରେ ସୁପ୍ରିମକୋର୍ଟରେ ହାଜର ହେବା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ସଶସ୍ତ୍ର ସୁରକ୍ଷାକର୍ମୀଙ୍କ ସୁରକ୍ଷାରେ ଏକ ଜେଲ୍ ଭ୍ୟାନରେ ୟାସିନ୍ ମଲ୍ଲିକକୁ ସର୍ବୋଚ୍ଚ ନ୍ୟାୟାଳୟ ପରିସରକୁ ଅଣାଯାଇଥିଲା। କିନ୍ତୁ ଏଥିପାଇଁ ଅଦାଲତଙ୍କ ବିନା ଅନୁମତି ନିଆଯାଇନଥିଲା। ସେ କୋର୍ଟ ରୁମ୍ ଭିତରକୁ ଯିବାପରେ ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଏହାକୁ ନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆପତ୍ତି ଉଠାଇ କେନ୍ଦ୍ର ଗୃହ ସଚିବଙ୍କୁ ପତ୍ର ଲେଖିଛନ୍ତି।

Leave a Reply

Your email address will not be published. Required fields are marked *

Back to top button