ଅନ୍ୟ ଧର୍ମରେ ପ୍ରେମ ସମ୍ପର୍କ : ଭଉଣୀର ମୁଣ୍ଡ କାଟିଲା ଭାଇ

ଲକ୍ଷ୍ନୌ : ଅନ୍ୟ ଧର୍ମରେ ଜଣେ ବ୍ୟକ୍ତିଙ୍କ ସହ ପ୍ରେମସମ୍ପର୍କକୁ ନେଇ ହତ୍ୟାକାଣ୍ଡ। ଭଉଣୀର ମୁଣ୍ଡ କାଟି ଦେଇଛି ଭାଇ। ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିବା ପୂର୍ବରୁ ପୋଲିସ ତାକୁ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ବାରବାଙ୍କୀ ଜିଲ୍ଲାର ଫତେପୁର ଅଞ୍ଚଳର ମିଥଓ୍ଵାରା ଗ୍ରାମର ରିୟାଜ୍‌ କରିଛି ଭଉଣୀ ଆସିଫାର ହତ୍ୟା। ଏହାର କାରଣ ହେଲା ନିକଟରେ ଆସିଫା ସେହି ଗ୍ରାମର ଚାନ୍ଦ ବାବୁଙ୍କ ସହ ଫେରାର ହୋଇଯାଇଥିଲା। କିଛି ଦିନ ପରେ ଆସିଫାଙ୍କୁ ପୋଲିସ ଉଦ୍ଧାର କରିଥିଲା। ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଚାନ୍ଦ ବାବୁ ଗିରଫ ହୋଇ ଏବେ ଜେଲ୍‌ରେ।

ପୋଲିସ କହିଛି ଭଉଣୀର ଆନ୍ତଃଧର୍ମୀୟ ପ୍ରେମ ସମ୍ପର୍କକୁ ନେଇ ଅସନ୍ତୁଷ୍ଟ ଥିଲା ରିୟାଜ୍‌। ଏହାକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ବାରମ୍ବାର ହେଉଥିଲା ଯୁକ୍ତିତର୍କ। ଏପରିକି ଝଗଡ଼ା ହେଉଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଘଟଣା ଦିନ ରିୟାଜ୍‌ ଭଉଣୀ ଆସିଫାର ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲା। କଟାମୁଣ୍ଡକୁ ଧରି ଥାନାକୁ ଯାଉଥିବା ବେଳେ ପୋଲିସ ତାକୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button