ଜେଲ୍ ଯାଇଥିବା କୁନା ସିଲଟ ଜଗତସିଂହପୁର ବିଜେଡି ଜିଲ୍ଲା କମିଟିର ବରିଷ୍ଠ ଉପସଭାପତି

ଜଗତସିଂହପୁର : ଜଗତସିଂହପୁର ବିଜେଡି ଜିଲ୍ଲା କମିଟିକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି। ଜିଲ୍ଲା ବିଜେଡିର ଉପସଭାପତି ବାପୁ ପରିଡ଼ାଙ୍କ ପରେ ତିର୍ତ୍ତୋଲ ବ୍ଲକର ଅଶ୍ଵିନୀ ଦାସ (କୁନା ସିଲଟ)ଙ୍କୁ ନେଇ ଉଠିଛି ପ୍ରଶ୍ନ। ପୂର୍ବରୁ ଜେଯାଇଥିବା ଓ ଦଳରୁ ବହିଷ୍କାର ହୋଇଥିଲେ ସୁଦ୍ଧା ତାଙ୍କୁ ଜିଲ୍ଲାରେ ଦଳର ବରିଷ୍ଠ ଉପସଭାପତି ଦାୟିତ୍ଵ ମିଳିବା ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ପୂର୍ବରୁ ଠକେଇ ମାମଲାରେ ଅଶ୍ଵିନୀ ଓରଫ କୁନାଙ୍କୁ ପୋଲିସ ଦୁଇଥର ଗିରଫ କରିଛି। ଗିରଫ ହୋଇ କୁନା ହାତରେ ସିଲଟ ଧରିଥିବା ଫଟୋ ଭାଇରାଲ ହେବାପରେ ସ୍ଥାନୀୟ ଅଞ୍ଚଳରେ ତାଙ୍କ ପରିଚୟ ହୋଇଯାଇଛି କୁନା ସିଲଟ। କୁନା ସିଲଟ କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ୨୦୧୧ ମସିହାରେ ଜଣେ ନିର୍ବାହୀ ଯନ୍ତ୍ରୀଙ୍କୁ ବ୍ଲାକମେଲ୍ କରି ୧.୨୦ ଲକ୍ଷ ଟଙ୍କା ଚାନ୍ଦା ମାଗିଥିବା ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏହି ମାମଲାରେ ଭିଜିଲାନ୍ସ ତାଙ୍କୁ ସେହିବର୍ଷ ନଭେମ୍ବର ମାସରେ ଗିରଫ କରିଥିଲା। କୁନାଙ୍କ ଲିଙ୍କ୍ ନେଇ ଖୋଳତାଡ ହେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଶ୍ଵିନୀଙ୍କ ସହ ଅପରାଧରେ ଜଡ଼ିତ ବ୍ୟକ୍ତିମାନଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେ ବିଜେଡିରୁ ବହିଷ୍କାର ହୋଇଥିଲେ।

ଜେଲରୁ ଫେରିବା ପରେ କୌଶଳ କ୍ରମେ ଜିଲ୍ଲାର ଉପସଭାପତି ପଦ ହାତେଇବାକୁ ସକ୍ଷମ ହୋଇଥିଲେ। କୌଣସି କାରଣରୁ ବିବାଦ ଘେରକୁ ଆସିଯିବାରୁ ଦଳ ତାଙ୍କୁ ପୁଣି ଥରେ ନିଲମ୍ବନ କରିଥିଲା। ୨୦୨୦ ତିର୍ତ୍ତୋଲ ଉପନିର୍ବାଚନ ସମୟରେ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଥିଲା। ତାଙ୍କ ପତ୍ନୀ ତିର୍ତ୍ତୋଲ ପଂଚାୟତରୁ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button