କଂଗ୍ରେସରେ ମିଶିଲେ ୪ ପୂର୍ବତନ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର : ରାଜ୍ୟର ଦୁଇ ଅବସରପ୍ରାପ୍ତ ଆଇଏଏସ ଓ ଓଏଏସ ଅଧିକାରୀ ଆଜି କଂଗ୍ରେସରେ ମିଶିଛନ୍ତି। ସେମାନଙ୍କ ଅଛନ୍ତି ଅବସରପ୍ରାପ୍ତ ଆଇଏଏସ ପଞ୍ଚାନନ ଦାସ ଓ ବିଶ୍ୱନାଥ ଆଚାର୍ଯ୍ୟ। ଅନ୍ୟ ଦୁଇଜଣ ଓଏଏସ ଅଧିକାରୀ ହେଲେ ରବୀନ୍ଦ୍ରନାଥ ମିଶ୍ର ଓ ଉଦ୍ଧବ କର। ଏହି ଅବସରରେ ସେମାନେ କହିଛନ୍ତି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଛୁ।

ପଞ୍ଚାନନ ଦାସ କହିଛନ୍ତି କଂଗ୍ରେସକୁ ଆସିବାର ଲକ୍ଷ୍ୟ ହେଉଛି ଗରିବ ଖଟିଖିଆଙ୍କ ପାଇଁ କାମ କରିବା। ସଂଘର୍ଷ କରି ଏପର୍ଯ୍ୟନ୍ତ ଆସିଛିl ମୋତେ ଦଳର କୌଣସି ଟିକେଟ ଦରକାର ନାହିଁ କି ମୁଁ ମାଗିବି ନାହିଁl ମୁଁ ସ୍ୱଇଚ୍ଛାରେ ଲୋକଙ୍କ ପାଇଁ କାମ କରିବାକୁ ଆସିଛି। ବିଶ୍ୱନାଥ ଆଚାର୍ଯ୍ୟ କହିଲେ ସମାଜରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଥିବା ବେଳେ ଲୋକମାନଙ୍କ ଆଶା ମଧ୍ୟ ରହିଛି। ସେହି ଉଦ୍ଦେଶ୍ୟରେ ମୁଁ କଂଗ୍ରେସ ଦଳରେ ସାମିଲ ହୋଇଛି। ସେହିପରି ରବୀନ୍ଦ୍ର ନାଥ ମିଶ୍ର କହିଛନ୍ତି ବିଜେଡି ଦଳ ୱାନ ମ୍ୟାନ ଆର୍ମି। ପଲିଟିକାଲ ପାର୍ଟି ନୁହେଁ। ସେଥିପାଇଁ ମୁଁ କଂଗ୍ରେସରେ ମିଶିଲି। ଉଦ୍ଧବ କର କହିଛନ୍ତି ତୃଣମୂଳ ସ୍ତରରୁ କାମ କଲେ କଂଗ୍ରେସ ଉଠିବ। ଗୋଡ଼ ଟଣାଟଣି ଛାଡି ସଠିକ ଭାବରେ କାମ କଲେ ଦଳ ଉଠିପାରିବ। ଏହି ଅବସରରେ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button