ଭଡ଼ା ଘରୁ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର

ଟକକ : ଚାଉଳିଆଗଞ୍ଜ ଅଞ୍ଚଳର ଏକ ବନ୍ଦ ଘରୁ ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ମଲାଡି ଭେଙ୍କଟ ଚନ୍ଦ୍ରଶେଖର। ସେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଥିଲେ। କଟକରେ ଘର ଭଡ଼ା ନେଇ ରହୁଥିଲେ।

ଖବର ଅନୁଯାୟୀ ଘର ମାଲିକ ହରିପ୍ରସାଦ ମହାନ୍ତି କହିଛନ୍ତି ଭେଙ୍କଟ ଚନ୍ଦ୍ରଶେଖର ସାଲେପୁର ସିଏଚ୍‌ସିରେ କାର୍ଯ୍ୟ କରୁଥିଲେ। କଟକରୁ ୪ ବର୍ଷ ହେଲା ଯିବାଆସିବା କରୁଥିଲେ। ସେ ବିବାହ କରି ନଥିଲେ। ଏକା ରହୁଥିଲେ। ତାଙ୍କର ଶ୍ୱାସରୋଗ ସହିତ ହାର୍ଟ ସମସ୍ୟା ଥିଲା। ଦୁଇ ତିନିଦିନ ହେଲାଣି ଘର ପାଖରୁ ଦୁର୍ଗନ୍ଧ ଆସିବାରୁ ଆମେ ବିଲେଇ ମରିଥିବ ଭାବି ଖୋଜାଖୋଜି କଲୁ। କିନ୍ତୁ କିଛି ପାଇବାରୁ ଗତକାଲି ତାଙ୍କ ଘର କବାଟ ବାଡ଼େଇ ଥିଲୁ। ଭିତରୁ କୌଣସି ଉତ୍ତର ନପାଇ ତାଙ୍କ ମୋବାଇଲ ଫୋନ୍‌କୁ କଲ୍ କଲୁ। ଦୁଇଥର ରିଙ୍ଗ ହେବା ପରେ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଏହା ପରେ ସନ୍ଦେହ ହେବାରୁ ଆମେ ପୋଲିସ୍‌କୁ ଖବର ଦେଇଥିଲୁ।

ଚାଉଳିଆଗଞ୍ଜ ଥାନା ପୋଲିସ ଗତକାଲି ସନ୍ଧ୍ୟାରେ ଆସି ଘରଟିକୁ ସିଲ୍ କରିଥିଲା। ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍‌ର ଉପସ୍ଥିତିରେ ଘର ଭିତରକୁ ଯାଇ ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନେଇଛି। ଡାକ୍ତର ଜଣଙ୍କ କିଛିଦିନ ହେଲା ଡାକ୍ତରଖାନା ଯାଇ ନଥିଲେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button