Mon. Dec 9th, 2019

ବ୍ୟାଙ୍କ ଧର୍ମଘଟ ସ୍ଥଗିତ, ୨୬ ଓ ୨୭ ଖୋଲା ରହିବ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ପକ୍ଷରୁ ଦିଆଯାଇଥିବା ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ତେଣୁ ଚଳିତ ମାସ ୨୬ ଓ ୨୭ରେ ବ୍ୟାଙ୍କ ଖୋଲା ରହିବ। ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେଶନ (ଏଆଇବିଓସି) ସମେତ ୪ ପ୍ରମୁଖ ବ୍ୟାଙ୍କ ସଂଘ କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାରଙ୍କୁ ଭେଟିବା ପରେ ଧର୍ମଘଟ ସ୍ଥଗିତ ପାଇଁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଯୋଗ୍ୟ ୨୬ ଓ ୨୭ ତାରିଖରେ ଧର୍ମଘଟ, ୨୮ ସେପ୍ଟେମ୍ବର ଚତୁର୍ଥ ଶନିବାର, ୨୯ ତାରିଖ ରବିବାର। ୩୦ରେ ବ୍ୟାଙ୍କ ଖୋଲିଥିଲେ ହେଁ ବର୍ଷର ୬ ମାସ ଶେଷ ଯୋଗୁ ନେଣଦେଣ ହେବ ନାହିଁ। ଏପରି ମୋଟ ୫ ଦିନ ବ୍ୟାଙ୍କ କାରବାର ବନ୍ଦ ରହିଥାନ୍ତା। ଏବେ ୨୬ ଓ ୨୭ ବ୍ୟାଙ୍କ ବନ୍ଦ ହେବନି ଜାଣିବା ପରେ ଲୋକଙ୍କୁ ଆଶ୍ୱସ୍ତି ମିଳିଛି।

Leave a Reply

Your email address will not be published. Required fields are marked *