ବୋରୱେଲରୁ ୩ବର୍ଷର ଶିଶୁକୁ ବଞ୍ଚାଇବାକୁ ଚାଲିଛି ଉଦ୍ୟମ

ନାଳନ୍ଦା : ବିହାରର ନାଳନ୍ଦାର କୁଲ ଗାଁରେ ଅଘଟଣ। ୩ବର୍ଷର ଶିଶୁ ୪୦ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଛି। ଜୀବନ ବଞ୍ଚାଇବାକୁ ଚାଲିଛି ଉଦ୍ୟମ। ଖବର ପାଇ ଆଖପାଖର ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିବ ବେଳେ ଜେସିବି ଦ୍ଵାରା ଉଦ୍ଧାର କରିବାକୁ ଚେଷ୍ଟା ଚାଲିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ସ୍ଥାନୀୟ ଲୋକେ କହିଛନ୍ତି ଶିଶୁଟି ମାଆଙ୍କ ପ‌ଛରେ ଚାଷ ଜମି ଆଡକୁ ଯାଉଥିବା ବେଳେ ପାଦ ଖସିଯିବାରୁ ବୋରୱେଲକୁ ଖସିପଡ଼ିଥିଲା। ପିଲାଟି କୁଲ ଗାଁର ବାସିନ୍ଦା ଡୋମନ୍ ମାଝୀଙ୍କ ପୁଅ ଶିବମ୍ କୁମାର। ବୋରୱେଲରେ ପଡିଥିବା ଶିଶୁର କାନ୍ଦିବାର ଶବ୍ଦ ଏବେ ଶୁଣାଯାଉଥିବା ଲୋକେ କହୁଛନ୍ତି। ଘଟଣାସ୍ଥଳରେ ଏନଡିଆରଏଫ ଓ ଏସଡିଆରଏଫ୍ ଟିମ୍ ପହଞ୍ଚିଛନ୍ତି। ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ ଟିମ୍ ସେଠାରେ ଥିବା ବେଳେ ଶିବମଙ୍କୁ ବୋରୱେଲ ଭିତରେ ଅମ୍ଳଜାନ ଦିଆଯାଉଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button