ମାର୍ଶାଘାଇ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ

କେନ୍ଦ୍ରାପଡା : ପାରିବାରିକ କଳହକୁ ନେଇ ଜଣେ ଯୁବକଙ୍କୁ ମାର୍ଶାଘାଇ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମାର୍ଶାଘାଇରୁ କେନ୍ଦ୍ରାପଡା ଜିଲ୍ଲା ସ୍ଵାସ୍ଥକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ଆଶ୍ରମ ବାଲିକୁଦା ଗାଁର ଆକାଶ ନାଥ ନାଁରେ ପାରିବାରିକ କଳହକୁ ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଥିଲା। ଥାନା ଅଧିକାରୀ ଆକାଶଙ୍କୁ ଡକାଇଥିଲେ। ତାଙ୍କ ସହିତ ବାପା ପବିତ୍ର ଓ ମାଆ ଭାରତୀ ଯାଇଥିଲେ। ହେଲେ ଥାନା ଅଧିକାରୀ କିଛି ଆଲୋଚନା ନକରି ଆକାଶଙ୍କୁ ପିଭିସି ପାଇପରେ ନିର୍ଘାତ ପିଟିଥିଲେ। ଯାହାଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ମାମଲା ରୁଜୁ ନକରି ଅସହାୟ ଯୁବକଙ୍କୁ ବିନା କାରଣରେ ପିଟିବାକୁ ପରିବାର ଲୋକେ ନିନ୍ଦା କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button