୭କୋଟି ଟଙ୍କାର ଗଞ୍ଜେଇ ଜବତ କଲା ଗଜପତି ପୋଲିସ

ମୋହନା : ଗଜପତି ଜିଲ୍ଲା ମୋହନା ଓ ଅଡବା ଥାନା ପୋଲିସ ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ କରି ପ୍ରାୟ ୭କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି।

ଖବର ଅନୁଯାୟୀ ମୋହନା ଥାନା ପୋଲିସ କମଳାପୂର ଗେଟରେ ଯାନବାହାନ ଯାଞ୍ଚ ବେଳେ ଏକ ମାଛ ଓ କୁକୁଡ଼ା ଖାଦ୍ୟ ବୋଝେଇ ଟ୍ରକକୁ ତଲାସି କରିଥିଲା। ସେଥିରୁ ୧୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ମହାରାଷ୍ଟ୍ରରର ଦୁଇ ଆନ୍ତଃରାଜ୍ୟ ମାଫିଆକୁ ଗିରଫ କରାଯାଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ଅଭିଯୁକ୍ତଦ୍ୱୟ ଅଡବା ଅଞ୍ଚଳରୁ ପୁଣେ ଗଞ୍ଜେଇ ଚାଲାଣ କରୁଥିଲେ।

ସେହିପରି ଅଡବା ଥାନା ପୋଲିସ ବାଚିପଙ୍କା ଗାଁ ନିକଟସ୍ଥ କାଜୁ ଜଙ୍ଗଲରେ ଚଢ଼ଉ କରି ୩୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଏହି ଘଟଣାରେ କାହାରିକୁ ଗିରଫ କରାଯାଇନି। ଅଭିଯୁକ୍ତ ଖୁବଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button