ପ୍ରେମିକ ପାଇଁ ସ୍ଵାମୀର ଜୀବନ ଗଲା

ଫିରୋଜାବାଦ୍ : ପରକୀୟା ପ୍ରୀତିର କରୁଣ ପରିଣତି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ଫିରୋଜାବାଦ୍ ସହରରେ ଦେଖିବାକୁ ମିଳିଛି। ପର ପୁରୁଷ ପ୍ରେମରେ ପଡି ସ୍ଵାମୀକୁ ରାସ୍ତାରୁ ହଟାଇଛି ଜଣେ ମହିଳା।

ଖବର ଅନୁଯାୟୀ ଉତ୍ତରପ୍ରଦେଶରେ ରହୁଥିବା ବିବାହିତା ମହିଳାଙ୍କର ନିଜ ଗାଁର ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ଥିଲା। ସେହି ସଂପର୍କକୁ ମହିଳାଙ୍କ ସ୍ଵାମୀ ବିରୋଧ କରିବା ସହିତ ଓ ବୁଝାଇଥିଲେ। ହେଲେ ମହିଳା ଜଣକ ମାନି ନଥିଲେ। ସ୍ଵାମୀଙ୍କୁ ରାସ୍ତାରୁ ହଟେଇବା ପାଇଁ ରଚିଥିଲେ ଷଡ଼ଯନ୍ତ୍ର। ପ୍ରେମିକ ଓ ତାଙ୍କର କିଛି ସାଥିଙ୍କ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କରି ଗାଁର ଏକ ବୁଦା ମୂଳେ ଫୋପାଡ଼ି ଦେଇଥିଲେ। ସୂଚନା ପାଇ ସେଠାରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ମାମଲା ନେଇ ଏକ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *

Back to top button