Tue. Dec 10th, 2019

ମାସର ଶେଷଦିନରେ ମିଳିବ ଦରମା ଓ ପେନସନ୍

ଭୁବନେଶ୍ୱର : ଏଣିକି ସରକାରୀ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସର ଶେଷଦିନ ହିଁ ଦରମା ଓ ପେନସନ ମିଳିବ। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଏହି ନିଷ୍ପତ୍ତି ନେଇଛି। ଏହାଛଡା ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ନିୟମିତ ଓ ଚୁକ୍ତିଭିତ୍ତିକ କର୍ମଚାରୀ ମଧ୍ୟ ଏହି ସୁବିଧା ପାଇବେ। ଯଦି ମାସର ଶେଷଦିନ ବ୍ୟାଙ୍କ ଛୁଟି ଥାଏ ତା’ହେଲେ ଦିନେ ଅବା ଦୁଇଦିନ ପୂର୍ବରୁ ଦରମା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ। ଏଥିପାଇଁ କର୍ମଚାରୀମାନଙ୍କର ଅଫିସରେ ଉପସ୍ଥାନକୁ ପ୍ରତିମାସର ୧୫ରୁ ୧୪ତାରିଖ ପର୍ଯ୍ୟନ୍ତ ହିସାବକୁ ନିଆଯାଇ ଦରମା ବିଲ୍ ପ୍ରସ୍ତୁତ ହେବ। ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ସ୍ପେଶାଲ ଟ୍ରେଜେରୀ-୧ରୁ ଦରମା ନେଉଥିବା ସମସ୍ତ କର୍ମଚାରୀଙ୍କୁ ଚଳିତମାସ ୩୦ତାରିଖରୁ ଏହି ସୁବିଧା ଦିଆଯିବ।

Leave a Reply

Your email address will not be published. Required fields are marked *