ମୋତେ ପାକିସ୍ତାନ ଫେରାଇ ଦେଲେ ବଞ୍ଚିବାକୁ ଦେବେ ନାହିଁ : ସୀମା

ନୂଆଦିଲ୍ଲୀ : ପବଜି ଗେମ ଖେଳୁଥିବା ସଚିନଙ୍କ ପ୍ରେମରେ ପଡି ବେଆଇନ ଭାବେ ଭାରତ ପଳାଇ ଆସିଥିଲେ ପାକିସ୍ତାନୀ ମହିଳା ସୀମା ହାଇଦର। ଏବେ ଏହାକୁ ନେଇ ଖୋଳତାଡ ଜାରି ରହିଛି। ବିଭିନ୍ନ ଯାଞ୍ଚ ଏଜେନ୍ସି ସୀମାଙ୍କୁ ପାକିସ୍ତାନୀ ଗୁପ୍ତଚର ଭାବି ପଚରାଉଚରା କରୁଛନ୍ତି। କିନ୍ତୁ ସୀମା କହିଛନ୍ତି ମୋତେ ଆପଣମାନେ ପାକିସ୍ତାନ ଫେରାଇ ଦେବେ। ସେମାନେ ମୋତେ ଗୋଟିଏ ମୁହୂର୍ତ୍ତ ବଞ୍ଚିବାକୁ ଦେବେ ନାହିଁ।

ଖବର ଅନୁଯାୟୀ ସୀମାଙ୍କୁ କୁହାଯାଉଛି ଆଇଏସଆଇ ଗୁପ୍ତଚର। ଏହାର ଉତ୍ତର ଦେଇ ସେ କାନ୍ଦି କାନ୍ଦି ‌ କହିଛନ୍ତି ମୁଁ କୌଣସି ଆଇଏସଆଇ ଗୁପ୍ତଚର ନୁହେଁ। ଏଜେନ୍ସିମାନେ ମୋତେ ପଚରାଉଚରା ଜାରି ରଖିଛନ୍ତି। ମୁଁ ନାର୍କୋ ଟେଷ୍ଟ କରିବାକୁ ରାଜି। ଆପଣ ଚାହିଁଲେ ଯାହା ଇଚ୍ଛା ତାହାର ପରୀକ୍ଷା କରି ପାରିବେ। ଏଥିରେ ମୋର କୌଣସି ଆପତ୍ତି ନାହିଁ। ଏହାଛଡା ମୁଁ ମୋର ପିଲାଙ୍କ ଡିଏନଏ ପରୀକ୍ଷା କରିବାକୁ ମଧ୍ୟ ପ୍ରସ୍ତୁତ।

ସେ କହିଛନ୍ତି ଆପଣମାନେ ଯଦି ମୋତେ ଗ୍ରହଣ ନକରି ପାକିସ୍ତାନ ଫେରାଇ ଦେବେ। ସେମାନେ ମୋତେ ଗୋଟିଏ ମୁହୂର୍ତ୍ତ ବଞ୍ଚିବାକୁ ଦେବେ ନାହିଁ। ଆଖି ପିଛୁଳାକେ ହତ୍ୟା କରିଦେବେ। ତେଣୁ ମୋ ପିଲାଙ୍କ ମୁହଁକୁ ଚାହିଁ ମୋତେ ଭାରତରେ ସଚିନଙ୍କ ସହ ରହିବାକୁ ଦିଆଯାଉ।

Leave a Reply

Your email address will not be published. Required fields are marked *

Back to top button