ସଂଗଠନ ସଜାଡ଼ିବାକୁ ଦଳୀୟ ପଦାଧିକାରୀଙ୍କୁ ଜିଲ୍ଲାୱାରି ଦାୟିତ୍ୱ ବାଂଟିଲା କଂଗ୍ରେସ

ଭୁବନେଶ୍ଵର : କଂଗ୍ରେସ ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ନିମନ୍ତେ ଦଳର ରାଜ୍ୟ ପଦାଧିକାରୀମାନଙ୍କୁ ଜିଲ୍ଲା ଓ ବିଧାନସଭା ନିର୍ବାଚନମଣ୍ଡଳୀ ଗୁଡ଼ିକର ଦାୟିତ୍ୱ ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲା ପାଇଁ ଦଳର ରାଜ୍ୟ ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକମାନଙ୍କୁ ମିଳିଛି ଦାୟିତ୍ୱ। ଏହି ଦଳୀୟ ପଦାଧିକାରୀମାନେ ସେମାନଙ୍କୁ ଆଂବଟିତ ଜିଲ୍ଲା ଓ ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ ସଭାପତିଙ୍କ ସହ ଯୋଗାଯୋଗ ରକ୍ଷାକରି ଜିଲ୍ଲା ଓ ବିଧାନସଭା କ୍ଷେତ୍ର ଗସ୍ତ କରିବା ସହିତ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଖବର ଅନୁଯାୟୀ ଦଳର ତାଲିକାରେ ଅନୁଗୋଳ ଜିଲ୍ଲା ପାଇଁ ପିସିସି ଉପସଭାପତି ସରସ୍ୱତୀ ହେମ୍ବ୍ରମ, ଦୁଇ ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର, ଶଶିକାନ୍ତ ଲେଙ୍କା ଓ ଜିଲ୍ଲାର ବିଭିନ୍ନ ବିଧାନଭା ନିର୍ବାଚନମଣ୍ଡଳୀ ପାଇଁ ପିସିସି ସଂପାଦକ ଅମିତ ଗୁରୁଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ବଲାଙ୍ଗିର ଜିଲ୍ଲା ପାଇଁ ରାଜନ ଏକା, ରବିନ୍ଦ୍ର ମହାପାତ୍ର,ତରୁଣ ମାଝୀ, ଜୟଦେବ ନାୟକ, ଦିଗମ୍ବର ଦୁରିଆ, ତୁଳେଶ୍ୱର ନାୟକ ରହିଥିବାବେଳେ ବାଲେଶ୍ୱର ଜିଲ୍ଲା ପାଇଁ ଗଣେଶ୍ୱର ବେହେରା, ପଦ୍ମାକର ଗୁରୁ, ମନୋଜ ବିଶ୍ୱାଳ, ସଂଗ୍ରାମ ଦାସ ଓ ଚୈତନ୍ୟ ହାଂସଦା ଅଛନ୍ତି। ବରଗଡ଼ ଜିଲ୍ଲା ପାଇଁ ରାଜେନ୍ଦ୍ର ଛତ୍ରିଆ, ନିମାଇଁ ସରକାର ଓ ନିର୍ମଳ ନାୟକ, ସାବିତ୍ରୀ କିଷାନ, ଭୁଲକୀ ସେଠ ଓ ରିତା ନାଗ ରହିଛନ୍ତି।

ଏହାଛଡା ଭଦ୍ରକ ଜିଲ୍ଲା ପାଇଁ ରବିନ୍ଦ୍ର ମଲ୍ଲିକ, ରିତା ହେମ୍ବ୍ରମ ଓ କୈଳାସ ସାହୁ ରହିଛନ୍ତି। ବୌଦ୍ଧ ଜିଲ୍ଲା ପାଇଁ ରଜତ ଚୌଧୁରୀ, ବିଳାସୀନି ନାୟକ ଓ ରଶ୍ମିରଞ୍ଜନ ପଟ୍ଟନାୟକ ରହିଛନ୍ତି । କଟକ ଜିଲ୍ଲା ପାଇଁ ଅଧିରାଜ ପାଣିଗ୍ରାହୀ, ଏମଡି ଇମଦାଦ, ମନୋଜ ଜେନା ଓ ଅଭିଳାଷ ମାଣିଆ, ଶିଳ୍ପୀଶ୍ରୀ ହରିଚନ୍ଦନ, ମଧୁସ୍ମିତା ପରିଡ଼ା, ଶ୍ରୀୟା ମହାନ୍ତି, ରାଜନାରାୟଣ ମହାପାତ୍ର ରହିଛନ୍ତି। ସେହିପରି କଟକ ନଗର ଦାୟିତ୍ୱ କିଶୋର ଜେନା ଓ ରଶ୍ମି ମହାପାତ୍ରଙ୍କୁ ଦିଆଯାଇଛି। ଦେବଗଡ଼ ଜିଲ୍ଲା ଦାୟିତ୍ୱରେ ରାଜେନ୍ଦ୍ର ଛତ୍ରିଆ ଓ ରୂପାଦୀପ୍ତା ମହାପାତ୍ର, ଢ଼େଙ୍କାନାଳ ଜିଲ୍ଲା ପାଇଁ ବିଶ୍ୱଭୂଷଣ ଦାସ, ସୁଶ୍ରୀ କଳ୍ପନା ରାଉତରାୟ, ଅମିତା ବିଶ୍ୱାଳ, ଲିଙ୍ଗରାଜ ସାହୁ ଓ ନିଳକମଳ ସେଠୀ ରହିଛନ୍ତି। ଗଜପତି ଜିଲ୍ଲା ପାଇଁ ତାରାପ୍ରସାଦ ବାହିନୀପତି ଓ ଦୁର୍ଗାପ୍ରସାଦ ପଣ୍ଡା, ଗଞ୍ଜାମ ଜିଲ୍ଲା ଦାୟିତ୍ୱରେ ତାରାପ୍ରସାଦ ବାହିନୀପତି, ଅଧିରାଜ ମୋହନ ପାଣିଗ୍ରାହୀ ଓ ଶୁଭେନ୍ଦୁ ମହାନ୍ତି, ଶ୍ରୀନିବାସ ରାଉତରାୟ, ଶାନ୍ତାୟନ ମିଶ୍ର, ଅମୃତା ମହାନନ୍ଦିଆ, ସୁବାଷ ମଲ୍ଲିକ, ପ୍ରଫୁଲ୍ଲ ଭଦ୍ରା, ଗୀତାଞ୍ଜଳି ଭୂୟାଁ ଅଛନ୍ତି।

ସେହିପରି ଜଗତସିଂହପୁର ଜିଲ୍ଲା ପାଇଁ ବିଭୂତି ମିଶ୍ର, ଶ୍ରୀନିବାସ ରାଉତରାୟ ଓ ପ୍ରିୟଜିତ ରାୟଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଥିବାବେଳେ ଯାଜପୁର ଜିଲ୍ଲା ପାଇଁ ଜାନକୀ ବଲ୍ଲଭ ପଟ୍ଟନାୟକ, ଜ୍ଞାନରଞ୍ଜନ ପଟ୍ଟନାୟକ, ମନଜା ମଞ୍ଜରୀ ଦେବୀ, ଅଜୟ ସାହୁ, ପୁଷ୍ପିତା ଦାସ, ବିଶ୍ୱନାଥ ଦାସ, ମିତ୍ରଭାନୁ ମହାପାତ୍ର ରହିଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଇଁ କୋଷାଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା, ନିପନ ଦାସ ଓ ପ୍ରବୋଧ ଦାସ, କଳାହାଣ୍ଡି ଜିଲ୍ଲା ପାଇଁ ସନ୍ତୋଷ ସିଂ ସାଲୁଜା, ସମରେନ୍ଦ୍ର ମିଶ୍ର ଓ ଘାସିରାମ ମାଝୀ , ସୀମାଞ୍ଚଳ ଗିରି ଉଲ୍ଲାକା, ଦମୟନ୍ତୀ ତାଣ୍ଡି, ସତ୍ୟନାରାୟଣ ଭୋଇ ରହିଛନ୍ତି। କନ୍ଧମାଳ ଜିଲ୍ଲା ପାଇଁ ,କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ରଜତ ଚୌଧୁରୀ, ବିଶ୍ୱକଲ୍ୟାଣୀ କର ଓ ଟିକନ ବେହେରା ରହିଛନ୍ତି। କେନ୍ଦୁଝର ଜିଲ୍ଲା ପାଇଁ ଜାନକୀ ବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ , ପ୍ରିୟଜିତ ରାୟ, ଅଜିତ ଜେନା ଓ ମିତ୍ରଭାନୁ ମହାପାତ୍ର ରହିଛନ୍ତିି। ଖୋର୍ଦ୍ଧା ଜିଲ୍ଲା ପାଇଁ ଶୁଭେନ୍ଦୁ ମହାନ୍ତିି, ମାନସ ଆଚାର୍ଯ୍ୟ ଓ ଚିନ୍ମୟ ସୁନ୍ଦର ଦାସ ଏଓ ଶାନ୍ତାୟନ ମିଶ୍ର, ଦୀପକ କୁମାର ସାହୁ, ସତ୍ୟସ୍ମିତ ମହାନ୍ତି, କୁସୁମ ପ୍ରଧାନ ଓ ପୁଷ୍ପିତା ଦାଶ ରହିଛନ୍ତିି।

ଭୁବନେଶ୍ୱର ଜିଲ୍ଳା ପାଇଁ ପ୍ରତିମା ମଲ୍ଲିକ, ମନୋଜ ବିଶ୍ୱାଳ, ଅଜୟ ସାହୁ, ଜୟଶ୍ରୀ ପାତ୍ର, ବିଶ୍ୱକଲ୍ୟାଣି କର ରହିଛନ୍ତିି। କୋରାପୁଟ ଜିଲ୍ଲା ପାଇଁ ଦେବାଶିଷ ପଟ୍ଟନାୟକ , ମମତା ମାଢ଼. ହାରାବତୀ ଗଣ୍ଡ ଓ ରଶ୍ମିରଞ୍ଜନ ପଟ୍ଟନାୟକ, ମାଲକାନଗିରି ଜିଲ୍ଲା ପାଇଁ ଦେବାଶିଷ ପଟ୍ଟନାୟକ, ମିନାକ୍ଷୀ ବାହିନୀପତି ରହିଛନ୍ତିି । ମୟୁରଭଞ୍ଜ ଜିଲ୍ଲା ପାଇଁ ନକୁଳ ନାୟକ, ଆଲୋକ ମିଶ୍ର ଓ ଅର୍ଚ୍ଚନା ନନ୍ଦୀ, ଦେଓ ପ୍ରସାଦ, ପ୍ରଦୀପ ମହାପାତ୍ର ଓ ସୁଶାନ୍ତ ବେହେରା ରହିଛନ୍ତି । ନବରଙ୍ଗପୁର ଜିଲ୍ଲା ପାଇଁ ତାରା ପ୍ରସାଦ ବାହିନୀପତି , ରବିନ୍ଦ୍ର ମହାପାତ୍ର , ସୂର୍ଯ୍ୟମଣି ବାଗ ଓ ପି ମାଧବୀ, ନୟାଗଡ଼ ଜିଲ୍ଲା ପାଇ ବିଭୂତି ମିଶ୍ର ,ସଂକୁନା କହଁର, ରେଖା ପ୍ରଧାନ ଓ ଅଜୟ ସାହୁ ରହିଛନ୍ତିି । ନୂଆପଡ଼ା ଜିଲ୍ଲା ପାଇଁ ସନ୍ତୋଷ ସିଂ ସାଲୁଜା ଓ ହରଦିପ ସିଂ, ମୋତିଲାଲ ଦାଶ ଓ ଡମ୍ବରୁ ଛତ୍ରିଆ, ପୁରୀ ଜିଲ୍ଲା ପାଇଁ ଶିବାନନ୍ଦ ରାୟ, ପୃଥ୍ୱୀବଲ୍ଲଭ ପଟ୍ଟନାୟକ,ମଧୁସ୍ମିତା ସେଠୀ,ଜୟକୃଷ୍ଣ ମଲ୍ଲିଆ, ଦେଓ ପ୍ରସାଦ, ଅଭିଳାଷ ମାଣିଆ ଓ ମଧୁସ୍ମିତା ପରିଡ଼ା ରହିଛନ୍ତି ।

ରାୟଗଡ଼ା ଜିଲ୍ଲା ପାଇଁ ଦେବାଶିଷ ପଟ୍ଟନାୟକ , ପ୍ରମୋଦ ଜେନା, ତମାଳ ନାୟକ ଓ ସୁକାନ୍ତ ଦିଗଲ, ରାଉରକେଲା ଜିଲ୍ଲା ପାଇଁ ସନ୍ତୋଷ ସିଂ ସାଲୁଜା ଓ ଲଲାଟେନ୍ଦୁ ମହାପାତ୍ର , ସମ୍ବଲପୁର ଜିଲ୍ଲା ପାଇଁ ରାଜନ ଏକ୍କା, ବିଧୁଭୂଷଣ ତ୍ରିପାଠୀ,ବିରେନ ସେନାପତି , ଲବ କୁମାର ସାହୁ ଓ ଆକବର ଖାଁ , ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଶିବାନନ୍ଦ ରାୟ ଓ ଦୁଲ୍ଲାଲ ପ୍ରଧାନ ରହିଛନ୍ତିି । ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅଧିରାଜ ପାଣିଗ୍ରାହୀ , ଦିଲ୍ଲିପ କିଶାନ ଓ ସଂଯୁକ୍ତା ମହାପାତ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ସେହିପରି କଂଗ୍ରେସ ଭବନରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମର ପରିଚାଳନା ଓ ସହଯୋଗ ପାଇଁ ବିଭୂତି ମିଶ୍ର, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ତରୁଣ ମିଶ୍ର, ସୁବ୍ରତ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ନିରୁପମା ଦାସ, ଶ୍ରୀୟା ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି। ସେହିପରି ନରୋତ୍ତମ ନାୟକଙ୍କୁ ପିସିସି ସଭାପତିଙ୍କ ପାଖରେ ନିଯୁକ୍ତି ମିଳିଛି ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Back to top button