ମୁକେଶ ଅମ୍ବାନୀଙ୍କୁ ଦୀପିକାଙ୍କ ଆଲିଙ୍ଗନ ଭିଡିଓ ଭାଇରାଲ୍

ମୁମ୍ବାଇ : ଏକ ଫ୍ୟାଶନ ଶୋ’ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଦେଖି ଆଲିଙ୍ଗନ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖବର ଅନୁଯାୟୀ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଫ୍ୟାଶନ ଶୋ’ରେ ମୁକେଶ ଅମ୍ବାନୀ, ଝିଅ ଇଶା ଅମ୍ବାନୀ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଥମ ଧାଡିରେ ବସିଥିଲେ। ଉପସ୍ଥିତ ଥିଲେ ଆଲିଆ ଭଟ୍ଟ ଓ ରଣବୀର ସିଂହ। ଇଭେଣ୍ଟରୁ ଭାଇରାଲ୍ ଏକ ଭିଡିଓରେ ଦେଖାଯାଇଛି ଦୀପିକା ମୁକେଶ ଅମ୍ବାନୀଙ୍କୁ ଦେଖି ଆଲିଙ୍ଗନ କରୁଛନ୍ତି। ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର ହୋଇଛି। ସେ ଏକ ଧଳା ଶାଢି ସହିତ ବ୍ୟାକଲେସ୍ ହଲ୍ଟର୍ ବ୍ଲାଉଜ୍ ପିନ୍ଧିଛନ୍ତି। ଏହି ଭିଡିଓରେ ଦେଖାଯାଏ ଦୀପିକା ମୁକେଶ ଅମ୍ବାନୀଙ୍କ ଆଡକୁ ଯାଉଛନ୍ତି ଆଉ ତାଙ୍କୁ ଦୀର୍ଘ ଆଲିଙ୍ଗନ କରି କିଛି ସମୟ କଥାବାର୍ତ୍ତା ହେଉଛନ୍ତି। ଏହି ସମୟରେ ଦୀପିକାଙ୍କ ଶାଶୁ ଅଞ୍ଜୁ ଭାୱନାନି ମଧ୍ୟ ତାଙ୍କ ସହ କଳା ପୋଷାକରେ ନଜର ଆସନ୍ତି।

ଅନ୍ୟ ଏକ ଭିଡିଓରେ ରାମ୍ପ ଚାଲିବା ବେଳେ ମୁକେଶ ଅମ୍ବାନୀ ଓ ଇଶା ଅମ୍ବାନୀଙ୍କୁ ରଣବୀର ଅଭିବାଦନ ଜଣାଉଛନ୍ତି। ମନୀଷଙ୍କ ଦି ବ୍ରାଇଡାଲ୍ କାଉଚର୍ ଶୋ’ର ଅଂଶ ଭାବରେ ରଣବୀର ଓ ଆଲିଆ ରାମ୍ପ୍‌ରେ ଚାଲିଥିଲେ। ଆଉ ଏକ ଭିଡିଓରେ ରଣବୀର ଷ୍ଟେଜ୍‌ରେ ରାମ୍ପ୍ ୱାକ୍ କରୁଥିବା ବେଳେ ତାଙ୍କ ପତ୍ନୀ ଦୀପିକାଙ୍କୁ ଦେଖି ପାଖକୁ ଆସିଥିଲେ ଆଉ ଏକ ଚୁମ୍ବନ ଦେଇଥିଲେ। ଡିଜାଇନର୍ ତାଙ୍କର ଆଗାମୀ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କାହାନୀ’ ପାଇଁ ପୋଷାକ ତିଆରି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମନୀଶଙ୍କ ଘନିଷ୍ଠ ବନ୍ଧୁ ତଥା ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button