ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିଆକଟା ଏଏସଆଇ

ବୌଦ୍ଧ : ଭିଜିଲାନ୍ସ ନେବାବେଳେ ଧରା ପଡ଼ିଲେ କିଆକଟା ଥାନା ଏଏସଆଇ ନବୀନ ଶତପଥୀ। ପରେ ତାଙ୍କ ବୌଦ୍ଧ ସହର ବୁଟୁପଲ୍ଲୀସ୍ଥିତ ବାସଗୃହ ଓ ଥାନାରେ ଚଢ଼ଉ ହୋଇଛି।

ଖବର ଅନୁଯାୟୀ ନବୀନ ଶତପଥୀ ଅନୁଗୁଳ ଜିଲ୍ଲା କିଆକଟା ଥାନାରେ ଏଏସଆଇ ଅଛନ୍ତି। ବୌଦ୍ଧ ବସଷ୍ଟାଣ୍ଡରେ ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ ଧରିଛି। କିଆକଟା ଥାନା ବେଲାଦୁଲା ଗ୍ରାମର ପଞ୍ଚାନନ ମେହେର ସୁବର୍ଣ୍ଣପୁର ବୀରମହାରାଜପୁର ଅଞ୍ଚଳର ବ୍ୟବସାୟୀଙ୍କଠାରୁ ସୂତା ଆଣି ଲୁଗା ବୁଣି ତାଙ୍କୁ ଦେଉଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ବ୍ୟବସାୟୀଙ୍କୁ ଲୁଗା ଦେବାରୁ ସମ୍ପୃକ୍ତ ବ୍ୟବସାୟୀ ଗୁଣ୍ଡା ଆଣି ତାଙ୍କୁ ଆକ୍ରମଣ କରିଥିଲେ। କିଆକଟା ଥାନାରେ ଅଭିଯୋଗ କରିବାରୁ ପୁଣି ଆକ୍ରମଣ ସହିତ ଘର ଭଙ୍ଗାରୁଜା କରିଥିଲେ।

ଅନୁଗୁଳ ଏସପିଙ୍କ ନିକଟରେ ପଞ୍ଚାନନ ଫେରାଦ ହେବାରୁ ମାମଲାର ରଫାଦଫା କରିବା ପାଇଁ ଏଏସଆଇ ଶତପଥୀ ୧୫ ହଜାର ଟଙ୍କା ଦାବିଥିଲେ। ୧୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ଦେଇ ପଞ୍ଚାନନ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ବୁଧବାର ସକାଳେ ବାକି ୮ହଜାର ଟଙ୍କା ନେବାବେଳେ ନବୀନ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।

Leave a Reply

Your email address will not be published. Required fields are marked *

Back to top button