ମଣିପୁର : ଅସଦାଚରଣ ଅଭିଯୋଗରେ ବିଏସଏଫ ଯବାନ ନିଲମ୍ବିତ

ଇମ୍ଫାଲ : ମହିଳାଙ୍କୁ ଅସଦାଚରଣ କରି ହଣ୍ଡ୍ରେଡ୍ ବାଟାଲିୟନର ବିଏସଏଫ ଯବାନ ନିଲମ୍ବିତ। ଏଭଳି ଲଜ୍ଜାଜନକ ଘଟଣା ମଣିପୁରରେ ଘଟିଛି।

ଖବର ଅନୁଯାୟୀ ଇମ୍ଫାଲର ପଶ୍ଚିମାଂଚଳରେ ଏକ ଗ୍ରୋସରୀ ମଲରେ ମହିଳାଙ୍କୁ ଏକୁଟିଆ ଦେଖି ଅସଦାଚରଣ କରିଥିଲେ ମୁଖ୍ୟ କନଷ୍ଟେବଳ। ଏହାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଶୂନ୍ୟ ସହନଶୀଳତା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ବିଏସଏଫ ନିର୍ଦ୍ଦେଶ ଦେଇଛି। ହିଂସାର ଭିଡିଓ ଭାଇରାଲ ହେଉଥିବାରୁ ଇଂଟରନେଟ୍ ଓ ଡାଟା ବ୍ୟବହାର ଉପରେ କଟକଣା ଜାରି ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button