ପାକିସ୍ତାନରେ ଅଞ୍ଜୁ ବୁର୍ଖାପିନ୍ଧି ନସରୁଲ୍ଲାଙ୍କ ସହ ଖାଦ୍ୟ ଖାଉଛନ୍ତି

ନୂଆଦିଲ୍ଲୀ : ଅଦଳବଦଳ ପରି ପାକିସ୍ତାନ ମହିଳା ସୀମା ହାଇଦର ସଚିନଙ୍କ ପ୍ରେମରେ ପଡି ଭାରତ ପଳାଇ ଆସିଛନ୍ତି। ଠିକ ସେହିପରି ପ୍ରେମିକ ପାଇଁ ରାଜସ୍ଥାନର ମହିଳା ଅଞ୍ଜୁ ଘରଦ୍ୱାର, ପିଲା ଓ ସ୍ଵାମୀକୁ ଛାଡି ପାକିସ୍ତାନରେ ପହଁଚିଛନ୍ତି। ସେଠାରେ ପ୍ରେମିକକୁ ବିବାହ କରିଥିବା ଫଟୋ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିଛି।

janatakhabar.in

ଖବର ଅନୁଯାୟୀ ଏବେ ଅଂଜୁ ଓ ତାଙ୍କ କଥିତ ପ୍ରେମିକ ନସରୁଲ୍ଲାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଅଂଜୁ ବୁର୍ଖା ପିନ୍ଧିବା ସହ ନସରୁଲ୍ଲା ଓ କିଛି ଲୋକଙ୍କ ସହ ଏକାଠି ବସି ଖାଉଥିବା ଦେଖିବାକୁ ମିଳିଛି। ଅଂଜୁ ବେଶ ଖୁସି ଥିବା ମଧ୍ୟ ଜଣାପଡିଛି। ଫେସବୁକରେ ପାକିସ୍ତାନ ଯୁବକ ନସରୁଲ୍ଲାଙ୍କ ପ୍ରେମରେ ପଡିବା ପରେ ଅଂଜୁ ମିଛ ବାହାନା କରି ପାକିସ୍ତାନ ଚାଲିଯାଇଛନ୍ତି। ଜୁଲାଇ ୨୪ରେ ସେ ପାକିସ୍ତାନରେ ପହଁଚି ଏକ ଭିଡିଓ ଜାରି କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏହା ଭିତରେ ଅନେକ ଭିଡିଓ ସାମ୍ନାକୁ ଆସିସାରିଛି । ତେବେ ଏହି ନୂଆ ଭିଡିଓ ଜଣେ ପାକିସ୍ତାନୀ ସାମ୍ବାଦିକ ଏହି ଭିଡିଓ ପୋଷ୍ଟ କରିଛନ୍ତି । ପ୍ରେମ ପାଇଁ ଘରଦ୍ୱାର, ପରିବାର, ସ୍ୱାମୀ ସମସ୍ତଙ୍କ ପର କରି ଅଂଜୁ ପାକିସ୍ତାନ ଯିବା ଘଟଣା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି।

Leave a Reply

Your email address will not be published. Required fields are marked *

Back to top button