ଚନ୍ଦ୍ରଯାନ-୩ ଧାର୍ଯ୍ୟ କକ୍ଷରେ ପହଞ୍ଚିଲା

ବେଙ୍ଗାଲୁରୁ : ଚନ୍ଦ୍ରଯାନ-୩ ମହାକାଶଯାନ ବର୍ତ୍ତମାନ ପୃଥିବୀର ୧,୨୭,୬୦୯ କିମି X ୨୩୬ କିମି କକ୍ଷପଥରେ ପହଞ୍ଚିସାରିଛି। ଏହା ଟ୍ରାନ୍ସଲୁନାର୍ ଇଞ୍ଜେକ୍ସନ୍ (ଟିଏଲ୍‌ଆଇ) ପାଇଁ ପ୍ରସ୍ତୁତ ହେଉଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପ୍ରକାଶ କରିଛି।

ଅଗଷ୍ଟ ପହିଲାକୁ ଧାର୍ଯ୍ୟ ହୋଇଥିବା ଟିଲ୍‌ଆଇ ମହାକାଶଯାନକୁ ଚନ୍ଦ୍ର ଆଡକୁ ସ୍ଲିଙ୍ଗ୍‌ସଟ୍‌ କରିବ। ତା’ପରେ ଆରମ୍ଭ ହେବ ଚନ୍ଦ୍ର ଯାତ୍ରା। ଚନ୍ଦ୍ରଯାନ-୩ ସଫଳତାର ସହିତ ଏହାର ପଞ୍ଚମ ତଥା ଅନ୍ତିମ ପୃଥିବୀ-ବନ୍ଧିତ କକ୍ଷପଥ ବୃଦ୍ଧି ପ୍ରକ୍ରିୟା ଜୁଲାଇ ୨୫ରେ ସମ୍ପନ୍ନ କରିଛି।

Leave a Reply

Your email address will not be published. Required fields are marked *

Back to top button