ପ୍ରାକ୍ଟିକାଲି ‘ସ୍କ୍ୟାନ ଏନିଥିଙ୍ଗ’ ବୈଶିଷ୍ଟ୍ୟ ଆରମ୍ଭ କରିବାରେ ବିଶ୍ୱର ପ୍ରଥମ ଏଡଟେକ କମ୍ପାନୀ

ଭୁବନେଶ୍ୱର : ପ୍ରାକ୍ଟିକାଲି, ଭାରତର ପ୍ରଥମ ଅନୁଭୂତିଶୀଳ ଶିକ୍ଷଣ ଆପ୍ ୬-୧୨ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଶିକ୍ଷଣକୁ ଆନନ୍ଦଦାୟକ କରିବା ପାଇଁ ଏକ ନୂତନ ବୈପ୍ଲବିକ ବୈଶିଷ୍ଟ୍ୟ ‘ସ୍କ୍ୟାନ ଏନିଥିଙ୍ଗ’ ଆରମ୍ଭ କରିଛି। ଆମ ଚାରିପାଖରେ ଥିବା ପୁସ୍ତକ ଓ ଦୈନନ୍ଦିନ ବସ୍ତୁରୁ ଶିକ୍ଷାକୁ ଜୀବନ୍ତ କରୁଥିବା ଏହି ଅଭିନବ ବୈଶିଷ୍ଟ୍ୟ ପ୍ରସ୍ତୁତ କରିବାରେ ପ୍ରାକ୍ଟିକାଲି ବିଶ୍ୱର ପ୍ରଥମ ଏବଂ ଏକମାତ୍ର ଏଡଟେକ କମ୍ପାନୀ ଅଟେ।

ଫୋନ କ୍ୟାମେରା ଦ୍ୱାରା ସ୍କ୍ୟାନ ହୋଇଥିବା ବସ୍ତୁଗୁଡିକୁ ଆର୍ଟିଫିସିଅଲ ଇଂଟେଲିଜେନ୍ସ ଦ୍ୱାରା ସମର୍ଥିତ ବୈପ୍ଲବିକ, ଅତ୍ୟାଧୁନିକ ବୈଶିଷ୍ଟ୍ୟ ଚିହ୍ନଟ କରେ ଏବଂ ଛାତ୍ରଙ୍କ ପାଠ୍ୟକ୍ରମ ଏବଂ ଗ୍ରେଡ ଦ୍ୱାରା ସଜାଯାଇଥିବା ୩୦୦୦+ ୩ଡି ଭିଡିଓ, ୧୦୦୦+ ସିମୁଲେସନ/ଏଆର ଅନୁଭୂତି ଏବଂ ୨୦,୦୦୦ ୩ଡି ମଡେଲ ଆଦି ଏହାର ବିସୃତ ବିଷୟବସ୍ତୁ ଲାଇବ୍ରେରୀରୁ ତାଲିକାଭୁକ୍ତ କରେ । ସ୍କ୍ୟାନ ଏନିଥିଙ୍ଗ ଯେକୌଣସି ଆଖପାଖ ବସ୍ତୁର ଚିତ୍ର ଚିହ୍ନଟ ସହିତ ପାଠ୍ୟ ପୁସ୍ତକ, ପତ୍ରିକା, ଖବରକାଗଜ ଆଦିରୁ ସ୍କ୍ୟାନ ଯେକୌଣସି ବୈଶିଷ୍ଟ୍ୟ ଚିତ୍ର, ପ୍ରଶ୍ନ, ଅନୁଶୀଳନ, ପ୍ରୁଫ ଇତ୍ୟାଦି ଚିହ୍ନିପାରେ ଏବଂ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ଯାତ୍ରା ବାଛିବା ଏବଂ ତୁରନ୍ତ ସନ୍ଦେହ ଦୂର କରିବା ପାଇଁ ଆପ୍‌’ରେ ଲିଙ୍କ ହୋଇଥିବା ପାଠ୍ୟକ୍ରମ ଶିକ୍ଷଣ ସୂଚନା ଉପସ୍ଥାପନ କରିପାରେ । ଦୈନନ୍ଦିନ ବସ୍ତୁଗୁଡିକରୁ ପ୍ରକୃତ ଆନନ୍ଦଦାୟକ ଶିକ୍ଷଣ ଅଭିଜ୍ଞତା ପ୍ରଦାନ କରୁଥିବା ବେଳେ ଛାତ୍ରମାନଙ୍କୁ ସେମାନଙ୍କ ଆଖପାଖରୁ ଶିଖିବାକୁ ଏହି ବୈଶିଷ୍ଟ୍ୟ ଉତ୍ସାହିତ କରିଥାଏ ଏବଂ ସେମାନଙ୍କ ପାଠ୍ୟକ୍ରମରୁ ଶିକ୍ଷା କିପରି ଦୈନନ୍ଦିନ ପର୍ଯ୍ୟବେକ୍ଷଣ ସହିତ ଜଡିତ ତାହା ବୁଝିବାରେ ସେମାନଙ୍କୁ ସାହାଯ୍ୟ କରେ । ସମ୍ପ୍ରତି ଏନସିଇଆରଟି, ସିବିଏସଇ ଭଳି ପ୍ରମୁଖ ବୋର୍ଡ ଏବଂ ଆନ୍ଧ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର ଏବଂ ଉତର ପ୍ରଦେଶ ରାଜ୍ୟ ବୋର୍ଡର ୬-୧୦ମ ଶ୍ରେଣୀର ପାଠ୍ୟ ପୁସ୍ତକରୁ ପାଠ୍ୟ ବିଷୟବସ୍ତୁ ଏହି ବୈଶିଷ୍ଟ୍ୟରେ ରହିଛି । ୨୦୨୧ ଶେଷ ସୁଦ୍ଧା ପାଠ୍ୟକ୍ରମ ବିଷୟବସ୍ତୁରେ ଅନ୍ୟ ସମସ୍ତ ପ୍ରମୁଖ ବୋର୍ଡ ଏବଂ ୧୧ ଓ୧୨ ଶ୍ରେଣୀ ବିଷୟବସ୍ତୁକୁ ପରିବ୍ୟାପ୍ତ ହେବ ବୋଲି ଆଶା ରହିଛି।

ପ୍ରଯୁକ୍ତିବିଦ୍ୟା ମୋବାଇଲ କ୍ୟାମେରାକୁ ଏକ ଶୈକ୍ଷିକ ଉପକରଣରେ ରୂପାନ୍ତର କରିଛି ଯାହାକି ଶିକ୍ଷାର୍ଥୀମାନଙ୍କୁ ଆଖପାଖ ଉପାଦାନଗୁଡିକ ସହିତ ମୁକ୍ତ ଭାବରେ କଥାବାର୍ତା କରିବାକୁ ସାହାଯ୍ୟ କରୁଛି । ଆପ୍ ଦ୍ୱାରା ପ୍ରଦାନ କରାଯାଉଥିବା ଉଚ୍ଚ-ଗୁଣାତ୍ମକ ବିଷୟବସ୍ତୁ ତୁରନ୍ତ ଶିକ୍ଷାର୍ଥୀଙ୍କର ଜିଜ୍ଞାସାକୁ ସନ୍ତୁଷ୍ଟ କରିବ ଏବଂ ଅବଧାରଣାର ଏକ ସାମଗ୍ରିକ ବୋଧ ପ୍ରାପ୍ତ କରିବାରେ ଛାତ୍ରମାନଙ୍କୁ ସାହାଯ୍ୟ କରିବ, ଯାହା ଦ୍ୱାରା ସୂଚନା ଖୋଜିବା ପାଇଁ ପାରମ୍ପାରିକ ସନ୍ଧାନ ପଦ୍ଧତିକୁ ଆହ୍ୱାନ ଦେବ ।

ଏ ସମ୍ପର୍କରେ ସୂଚନା ଦେଇ ପ୍ରାକ୍ଟିକାଲି’ର ପ୍ରତିଷ୍ଠାତା ତଥା ସିଇଓ ସୁବାରାଓ ସିଦ୍ଦାବାତୁଲା କହିଲେ, “ଆମ ଯାତ୍ରାରେ ସ୍କ୍ୟାନ ଏନିଥିଙ୍ଗ ବୈଶିଷ୍ଟ୍ୟର ଆରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅଟେ । ଶିକ୍ଷାକୁ ଅଧିକ ଛାତ୍ର-ଅନୁକୂଳ କରିବା ପାଇଁ ଅଭିନବ ଉପାୟ ଖୋଜିବା ପାଇଁ ଆମେ ନିରନ୍ତର ପ୍ରୟାସ କରୁଛୁ।

Leave a Reply

Your email address will not be published. Required fields are marked *

Back to top button