ଅତିରିକ୍ତ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ

ନୟାଗଡ : ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗଣିଆ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା।

ଖବର ଅନୁଯାୟୀ ଗଣିଆ ରାଉତପଡ଼ା ମହାନଦୀ ଘାଟରୁ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ତହସିଲ କର୍ମଚାରୀ ଧରିଥିଲେ। ଗାଡ଼ି ଛାଡ଼ିବା ପାଇଁ ୧୩ ହଜାରରେ କଥା ଛିଣ୍ଡିଥିଲା। ଘଟଣାସ୍ଥଳରେ ଗାଡ଼ି ମାଲିକ ୧୦ ହଜାର ଦେଇ ବାକି ୩ ହଜାର ଆଜି ଦେବେ ବୋଲି କହିଥିଲେ। ସକାଳେ ଟ୍ରାକ୍ଟର ମାଲିକ ଗଣିଆ ତହସିଲ କଲୋନୀରେ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ୩ ହଜାର ଟଙ୍କା ଦେବାକୁ ଯାଇଥିଲେ। ସେହି ସମୟରେ ପୂର୍ବରୁ ଛକି ରହିଥିବା ନୟାଗଡ ଓ ଭୁବନେଶ୍ୱର ଭିଜିଲାନ୍ସର ଟିମ୍‌ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button