ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ଋଷର ୨ଟି କୋଠା ନଷ୍ଟ

ମସ୍କୋ : ଋଷ ଉପରେ ବଡ଼ ଆକ୍ରମଣ କରିଛି ୟୁକ୍ରେନର ସାମରିକ ଡ୍ରୋନ। ମସ୍କୋରେ ଦୁଇଟି କୋଠାକୁ ଟାର୍ଗେଟ କରାଯାଇଛି।

ଖବର ଅନୁଯାୟୀ ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ ପରେ ଋଷ୍‌ର ବନୁକୋଭୋ ବିମାନ ବନ୍ଦରକୁ ବନ୍ଦ କରାଯାଇଛି। ବିମାନ ଅବତରଣ ଓ ଉଡ଼ାଣକୁ କିଛି ସମୟ ବନ୍ଦ ରହିଥିଲା। ୟୁକ୍ରେନ ସୀମାଠାରୁ ପ୍ରାୟ ୫୦୦ କିଲୋମିଟର ଦୂର ମସ୍କୋ ଓ ଆଖପାଖ ଅଞ୍ଚଳକୁ ଯୁଦ୍ଧ ସମୟରେ କ୍ୱଚିତ୍ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି। ମସ୍କୋ ମେୟର୍‌ ଏକ ଟେଲିଗ୍ରାମ ପୋଷ୍ଟ କରି ଲେଖିଛନ୍ତି ରାତିରେ ୟୁକ୍ରେନ ଆକ୍ରମଣରେ ଦୁଇଟି ଅଫିସ୍‌ ବ୍ଲକ୍‌ ନଷ୍ଟ ହୋଇଯାଇଛି। ଏଥିରେ କେହି ଆହତ ହୋଇ ନାହାନ୍ତି।

ସୂଚନାଯୋଗ୍ୟ ଋଷଅଧିକୃତ ମାକିକ୍କା ସହର ଉପରେ କିଛି ଦିନ ପୂର୍ବରୁ ୟୁକ୍ରେନଆକ୍ରମଣ କରିଥିଲା। ରାତିରେ ହୋଇଥିବା ଏହି ଆକ୍ରମଣରେ ୟୁକ୍ରେନ ସୈନ୍ୟମାନେ ଆମେରିକାର ହିମ୍ରାସ ରକେଟ ବ୍ୟବହାର କରିଥିଲେ। ୟୁକ୍ରେନ ସେନା ଦୁଇଟି ରକେଟକୁ ତେଲ ଓ ଅସ୍ତ୍ରଶସ୍ତ୍ର ଡିପୋକୁ ଲକ୍ଷ୍ୟ କରି ନିକ୍ଷେପ କରିଥିଲେ। ପ୍ରଥମେ ରକେଟ୍ ଉତକ୍ଷେପଣରେ ଛୋଟ ବିସ୍ଫୋରଣ ହୋଇଥିଲା। କିନ୍ତୁ ଧୀରେ ଧୀରେ ବଡ଼ ବିସ୍ଫୋରଣ ଘଟିଥିଲା।

Leave a Reply

Your email address will not be published. Required fields are marked *

Back to top button