ପତ୍ନୀ ବାପଘରୁ ନଫେରିବାରୁ ସ୍ଵାମୀର ଆତ୍ମହତ୍ୟା

ବାନ୍ଦା : ବିବାହର ଅଢେଇ ମାସ ପରେ ସ୍ଵାମୀ ରଶି ଲଗାଇ ଆତ୍ମହତ୍ୟା କରିଛି। ପତ୍ନୀ ବାପଘରକୁ ପଳାଇଯାଇ ନଫେରିବାରୁ ଯୁବକ ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି।

ଖବର ଅନୁଯାୟୀ ଉତ୍ତରପ୍ରଦେଶ ବାନ୍ଦାର ବବେରୁ ସହରରେ ଏହି ଅଭାବନୀୟ ଘଟଣା ଘଟିଛି। ଲୋକଙ୍କ କହିବା ଅନୁସାରେ ଉକ୍ତ ଯୁବକ ନିଶାପାନ କରୁଥିବା ବେଳେ ଘରର ସୁନାଗହଣା ବିକିବା ଆରମ୍ଭ କରିଥିଲେ। ଏହାକୁ ପତ୍ନୀ ବିରୋଧ କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। କେବଳ ସେତିକି ନୁହେଁ ଯୁବକ ଜଣଙ୍କ ମନ୍ଦିରରେ ସ୍ତ୍ରୀକୁ ମାଡ ମାରିଥିଲେ। ଏହି ଘଟଣା ପରେ ସ୍ତ୍ରୀ ତାଙ୍କ ବାପଘରକୁ ଚାଲି ଯାଇଥିଲେ। ଯୁବକ ଜଣକ ତାଙ୍କୁ ଘରକୁ ଫେରିବାକୁ କହିଥିଲେ ସେ ନଆସିବାରୁ ଆତ୍ମହତ୍ୟା କରିଥିଲେ। ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ପାରିବାରିକ ବିବାଦ ବୋଲି ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *

Back to top button