ପାକିସ୍ତାନରେ ବୋମା ବିସ୍ଫୋରଣ : ୩୫ରୁ ଅଧିକ ମୃତ

ଲାହୋର : ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ। ଖୈବର ପାଖତୁନଖ୍ୱା ଅଞ୍ଚଳର ବାଜୋରରେ ବୋମା ବିସ୍ଫୋରଣ ଯୋଗୁ ୩୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫୦ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି।

ଖବର ଅନୁଯାୟୀ ଜାମିଆତ୍ ଉଲେମା-ଏ-ଇସଲାମ-ଫଜଲ୍ ନାମକ ରାଜନୈତିକ ଦଳର କର୍ମୀ ସମ୍ମିଳନୀ ଚାଲିଥିବାବେଳେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜାମିଆତ୍ ଉଲେମା-ଏ-ଇସଲାମ-ଫଜଲର ବରିଷ୍ଠ ନେତା ମୌଲାନା ଜୀୟାଉଲ୍ଲାହଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ପାଇଁ ପେଶୱାର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ଏବେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିସ୍ଫୋରଣର ଭିଡିଓ ଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Leave a Reply

Your email address will not be published. Required fields are marked *

Back to top button