ନିର୍ମାଣାଧୀନ କଲଭର୍ଟ ଛାତ ଭୁଶୁଡ଼ି ୫ ମୃତ

ରାୟଗଡା : ରାୟଗଡ଼ା କଲ୍ୟାଣସିଂହପୁର ଉପରସାଜା ନିକଟ ନାଳ ଉପରେ ନିର୍ମାଣାଧୀନ କଲଭର୍ଟ ଛାତ ଭୁଶୁଡ଼ି ପଡିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏ ମଧ୍ୟରେ ୪ ଶିଶୁ ରହିଥିବା ଜଣାପଡିଛି।

ଖବର ଅନୁଯାୟୀ କଲ୍ୟାଣସିଂହପୁର ଉପରସାଜା ନିକଟ ଏକ ନାଳ ଉପରେ କଲଭର୍ଟ ନିର୍ମାଣ ହେଉଥିଲା। ଦୁଇମାସ ହେଲା ପଡିଥିଲା ଛାତ। ବର୍ଷା ଆରମ୍ଭ ହେବାରୁ କାମ ଅଟକି ରହିଥିଲା। ସେଣ୍ଟ୍ରିଂ ଏ ଯାଏ ବାହାରିନି। କିନ୍ତୁ ନାଳରେ ଗାଧୋଇବା ପାଇଁ ଆଖପାଖ ଲୋକେ ଯାଆନ୍ତି। ସବୁଦିନ ପରି ସୋମବାର କିଛି ଲୋକ ଓ ଶିଶୁ ନାଳକୁ ଗାଧୋଉ ଯାଇଥିଲେ। ଏହି ସମୟରେ ୫ ଜଣଙ୍କ ଉପରେ କଲଭର୍ଟ ଛାତ ଖସି ପଡ଼ିବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହି ଅଘଟଣ ଯୋଗୁ କିଛି ଆହତ ହୋଇଛନ୍ତି। ଏହି ଘଟଣାର ବହୁ ସମୟ ପରେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସାଧାରଣ ଲୋକଙ୍କ ଅଭିଯୋଗ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣାଧୀନ କଲଭର୍ଟ ନିମ୍ନମାନର କାମ ଯୋଗୁ ଭୁଶୁଡ଼ି ପଡିଛି।

Leave a Reply

Your email address will not be published. Required fields are marked *

Back to top button