ଭିଜିଲାନ୍ସ ଜାଲରେ ଟିଡିସିସିଏଲର ପୂର୍ବତନ ଜିଏମ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଟିଡିସିସିଏଲର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ା। ଭୁବନେଶ୍ଵରକୁ ବସରେ ଯାଉଥିବା ବେଳେ ଚନ୍ଦ୍ରଗିରି ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରି ୫.୫୪ ଲକ୍ଷ ଟଙ୍କା ଜବତ କରିଛି।

ଖବର ଅନୁଯାୟୀ ସୋମବାର ଆର୍ ଉଦୟଗିରି ଟିଡିସିସିଏଲ (ଆଦିବାସୀ ବିକାଶ ସମବାୟ ନିଗମ ଲିମିଟେଡ)ର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କ ନିକଟରୁ ୫.୫୪ ଲକ୍ଷ ଟଙ୍କା ଜବତ ହୋଇଥିଲେ ହେଁ ସେ ଅର୍ଥ ସମ୍ପର୍କରେ ସନ୍ତୋଷଜନକ ଭାବେ ହିସାବ ଦେଇପାରି ନାହାନ୍ତି। ଏହାପରେ ଶ୍ରୀ ପରିଡ଼ାଙ୍କର ଏକକାଳୀନ ତିନିଟି ସ୍ଥାନରେ ଚଢ଼ଉ ଚାଲିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button