Mon. Dec 9th, 2019

ଇମ୍ରାନଙ୍କୁ କଡା ଜବାବ ଦେଲେ ଭାରତୀୟ ରାଷ୍ଟ୍ରଦୂତ ବିଦିଶା ମୈତ୍ର

ନୂଆଦିଲ୍ଲୀ : ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଭାରତ ବିରୋଧୀ ମନ୍ତବ୍ୟର କଡା ଜବାବ ଦେଇଛନ୍ତି ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିଦିଶା ମୈତ୍ର। ସେ କହିଛନ୍ତି ପାକିସ୍ତାନ ଜାତିସଂଘର ମଞ୍ଚରେ ଉପସ୍ଥିତ ରହି ଭୁଲ୍ ଉପଯୋଗ କରିଛି। ୧୯୪୭ରେ ପାକିସ୍ତାନରେ ଥିବା ସଂଖ୍ୟା ଲଘୁଙ୍କ ସଂଖ୍ୟା କମିଛି। ପୂର୍ବରୁ ୨୩ ପ୍ରତିଶତ ସଂଖ୍ୟାଲଘୁ ପାକିସ୍ତାନରେ ରହୁଥିଲେ। ଏବେ ସଂଖ୍ୟା ରହିଛି ୩ ପ୍ରତିଶତ। ତେଣୁ ପାକିସ୍ତାନ ପ୍ରଥମେ ନିଜ ଦେଶର ସ୍ଥିତି ବାବଦରେ ଚିନ୍ତା କରି ଅନ୍ୟକୁ ଆକ୍ଷେପ କରିବା ଉଚିତ।

ଆତଙ୍କବାଦ ପ୍ରସଙ୍ଗରେ ବିଦିଶା କହିଛନ୍ତି ଅନ୍ତର୍ଜାତୀୟ ଆତଙ୍କବାଦୀକୁ ପେନସନ ଦେଉଥିବା ପ୍ରଥମ ଦେଶ ପାକିସ୍ତାନ। ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ ୧୩୦ ଆତଙ୍କବାଦୀଙ୍କୁ ପାକିସ୍ତାନ ନିଜ ଦେଶରୁ ବାହାର କରିପାରିବ କି ? ସାରା ଦୁନିଆ ପାକିସ୍ତାନ ଯାଇ ସ୍ଥିତି ଦେଖିବା ଦରକାର। ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଭାରତ ବିକାଶକୁ ଅଗ୍ରାଧିକାର ଦେଉଛି। ଇମରାନ ୧୯୭୧ ମସିହା ନରସଂହାର କଥା ଭୁଲିଯିବା ଅନୁଚିତ। ପୂର୍ବରୁ ଇମ୍ରାନ୍ ଖାନ୍ କ୍ରିକେଟ୍ ଖେଳୁଥିଲେ। ଯାହାକୁ ଭଦ୍ର ଲୋକଙ୍କ ଖେଳ କହୁଯାଏ। ହେଲେ ପ୍ରଧାନମନ୍ତ୍ରୀ ହେବା ପରେ ଇମ୍ରାନଙ୍କ ମନ୍ତବ୍ୟ ଅସଭ୍ୟ ଏବଂ ଦୁର୍ଭାଗ୍ୟଜନକ ବୋଲି ବିଦିଶା କହିଛନ୍ତି।

ଗତକାଲି ଏହି ମଞ୍ଚରେ ସମସ୍ତ ଦେଶର ମୁଖିଆ ନିଜର ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ୧୫ ମିନିଟ୍ ସମୟ ଥିଲା। ହେଲେ ଇମ୍ରାନ୍ ୧୫ ମିନିଟ୍ ପାର କରି ୪୭ ମିନିଟ୍ ନିଜର ମନ୍ତବ୍ୟ ରଖିଥିଲେ। ଯେଉଁଥିରେ କେବଳ ଭାରତ ବିରୋଧରେ ନିଜର ମତ ରଖିବାକୁ ଯାଇ ଗୋଟିଏ ପରେ ଗୋଟିଏ ମିଛ କହିଥିବା ବିଦିଶା ଗଣମାଧ୍ୟମକୁ କହିଥିଲେ।

Leave a Reply

Your email address will not be published. Required fields are marked *